ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ କଟକ ବାରବାଟୀ ବିଧାୟକ

ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ କଟକ ବାରବାଟୀ ବିଧାୟକ

ନିର୍ବାଚନୀ ସତ୍ୟପାଠ ଅନିୟମିତତା ପ୍ରସଙ୍ଗରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ । ବିଧାୟକ ଭାବେ ମୋକିମଙ୍କ ନିର୍ବାଚନ ବିଜୟକୁ ଓଡିଶା ହାଇକୋର୍ଟ ଅସିଦ୍ଧ ଘୋଷଣା କରିଥିଲେ । ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି ମୋକିମ୍ । ହାଇକୋର୍ଟ ଦେଇଥିବା ରାୟ ଉପରେ ରହିତାଦେଶ ପାଇଁ ସେ ଏଥିରେ ସୁପ୍ରିମକୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି । ୨୦୧୯ ନିର୍ବାଚନରେ ମୋକିମ୍ ନିର୍ବାଚନ ଅଧିକାରୀଙ୍କ ନିକଟରେ ସତ୍ୟପାଠ ଦାଖଲ କରିଥିଲେ । ହେଲେ ସେ ସତ୍ୟପାଠରେ ଉଭୟ ସମ୍ପତ୍ତି ତାଲିକା ଓ ଅପରାଧିକ ତଥ୍ୟ ଦେଇନଥିବା ଅଭିଯୋଗ ହୋଇଥିଲା । ବିଜେଡିର ପରାଜିତ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ହାଇକୋର୍ଟରେ ଅଭିଯୋଗ କରିଥିଲେ । ଏହାର ଶୁଣାଣି କରି ହାଇକୋର୍ଟ ମୋକିମ ବିଜୟକୁ ଅସିଦ୍ଧ ଘୋଷଣା କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *