ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଅପଡେଟ୍ । ନଭେମ୍ବର ଶେଷ ସପ୍ତାହରେ ଆସିବ ତୃତୀୟ ପଯ୍ୟାୟ ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଚଳିତ ମାସ ଶେଷ ସପ୍ତାହରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀ ସାମିଲ ହେବା ନେଇ ସୂଚନା ମିଳିଛି । ଏହା ସହ ଯେଉଁ ଆବେଦନ ଗୁଡିକ ଖାରଜ ହୋଇଛି ସେଗୁଡିକ ପୁନ ଯାଞ୍ଚ ପାଇଁ ବିଡିଓଙ୍କୁ ନୋଡାଲ ଏଜେନ୍ସି ଭାବେ ଦାୟିତ୍ୱ ଦିଆଯାଇଛି । ଜିଲ୍ଲା ସ୍ତରରେ ତହସିଲଦାର ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନେଇ ତିନି ଜଣିଆ କମିଟି ଗଠନ କରାଯାଇଛି । ଖାରଜ ହୋଇଥିବା ହିତାଧିକାରୀଙ୍କୁ ଅଙ୍ଗନ ବାଡ଼ି ଦିଦିଙ୍କ ମାଧ୍ୟମରେ ନୋଟିସ ହେବ । ଖାରଜ ହୋଇଥିବା ୨ ଲକ୍ଷ ୬୭ ହଜାର ଆବେଦନ ମଧ୍ୟରୁ ଜମି ଆଧାରରେ ଖାରଜ ହୋଇଥିବାଙ୍କ ସଂଖ୍ୟା ଅଧିକ ।