ସୁଭଦ୍ରା ଟଙ୍କାକୁ ନେଇ କଥା କଟାକଟି ମୋହନ-ପ୍ରଭାତି !

ସୁଭଦ୍ରା ଟଙ୍କାକୁ ନେଇ କଥା କଟାକଟି ମୋହନ-ପ୍ରଭାତି !

ଦିନକୁ ଦିନ ବଢୁଛି ସୁଭଦ୍ରା କନଫ୍ୟୁଜନ । କେବେ ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଏ ଦ୍ୱନ୍ଦ୍ୱ ଏବେ ବି ସୁଭଦ୍ରା ହିତାଧୀକାରୀଙ୍କ ମନରେ ରହିଛି । କାରଣ ବାରମ୍ବାର ସୁଭଦ୍ରା ଯୋଜନାର ଗାଇଡ ଲାଇନ ବଦଳିବା ସହ ଖୋଦ ବିଜେପି ନେତାମାନେ ଏହାକୁ ନେଇ ସଠିକ୍ ତଥ୍ୟ ଦେଇପାରୁନାହାନ୍ତି । କିଏ ମାସ ଶେଷକୁ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବା ନେଇ ଘୋଷଣା କରୁଛନ୍ତି ତ ଆଉ କିଏ ଆଗାମୀ ୧୦ ଦିନରେ ମିଳିବା ନେଇ ଘୋଷଣା କରୁଛନ୍ତି । ଯାହାକୁ ନେଇ ମହିଳା ମାନଙ୍କ ମନରେ ଆଉ ସୁଭଦ୍ରା ଟଙ୍କା ମିଳିବିନି ବୋଲି ସନ୍ଦେହ ସୃଷ୍ଟି ହୋଇଛି । ତେବେ ଏହା ପୂର୍ବରୁ ଦୀପାବଳିରେ ସୁଭଦ୍ରା ଭେଟି ମିଳିବା ନେଇ ସୂଚନା ରହିଥିଲା । । କିନ୍ତୁ ତାହ ହେଲା ନାହିଁ । ଆଉ ଏବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଛନ୍ତି ଯେ ନଭେମ୍ବର ମାସ ଶେଷ ସୁଦ୍ଧା ତୃତୀୟ ପର‌୍ୟ୍ୟାୟ ଟଙ୍କା ମିଳିବ ବୋଲି । ଅଯୋଗ୍ୟ ଆବେଦନକାରୀଙ୍କୁ ଯୋଜନାରେ ସାମିଲ କରିବାକୁ ପୁନଃ ଯାଞ୍ଚ ପାଇଁ ମୋହର ମାରଛନ୍ତି ସରକାର । ଏଥିପାଇଁ ନୋଡାଲ ଏଜେନ୍ସି ଗଠନ ହୋଇଛି । କିନ୍ତୁ ଏତିକିରେ ଦ୍ୱନ୍ଦ୍ୱ ଥମିନି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଲାଙ୍ଗୀରର ଏକ କାର‌୍ୟ୍ୟକ୍ରମରେ ଆସନ୍ତା ୧୦ ଦିନ ଭିତରେ ସୁଭଦ୍ରା ଯୋଜନା ମିଳିବା ନେଇ ଘୋଷଣା କରିଛନ୍ତି । ଏହା ସହ ୧୫ ଦିନ ଭିତରେ ଚତୁର୍ଥ ପଯ୍ୟାୟ ଟଙ୍କା ମିଳିବା ନେଇ ଘୋଷଣା କରିଛନ୍ତି । ଯାହାକୁ ନେଇ ଏଭଳି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଏହାକୁ ନେଇ ବିରୋଧୀ ମଧ୍ୟ ସ୍ୱର ଉଠାଇଛନ୍ତି । ଗୋଟିଏ ଯୋଜନାକୁ ନେଇ କାହିଁକି ବାରମ୍ବାର ସରକାର ଗାଇଡଲାଇନ ବଦଳାଉଛନ୍ତି ସେନେଇ ପ୍ରଶ୍ନ କରିଛନ୍ତି ବିଜେଡି ନେତା ।

author

Related Articles

Leave a Reply

Your email address will not be published. Required fields are marked *