ସୁଭଦ୍ରା ଯୋଜନାକୁ ନେଇ ବର୍ଷିଲେ ଦୀପାଳି

ସୁଭଦ୍ରା ଯୋଜନାକୁ ନେଇ ବର୍ଷିଲେ ଦୀପାଳି

ସୁଭଦ୍ରା ଯୋଜନାକୁ ନେଇ ଥମୁନି ରାଜନୀତିର ଝଡ । ଜଣଙ୍କ ପରେ ଜଣେ ବିଜେଡି ନେତା ଏହି ପ୍ରସଙ୍ଗକୁ ମୁଦ୍ଦା କରି ବିଜେପି ସରକାରଙ୍କୁ କଡା ସମାଲୋଚନା କରୁଥିବା ଦେଖିବାକୁ ମିଳୁଛି । ଆଉ ଏଥିରେ ଏବେ ସାମିଲ ହୋଇଛନ୍ତି ଦୀପାଳି ଦାସ । ସୁଭଦ୍ରା ଯୋଜନାର ଏସଓପିକୁ ନେଇ ମୋହନ ସରକାରଙ୍କୁ ପ୍ରେସମିଟ ଜରିଆରେ ପ୍ରଶ୍ନ କରିଛନ୍ତି ଦୀପାଳି । ତେବେ ଏସଓପି ଅନୁସାରେ ୨୧ ବର୍ଷରୁ କମ୍ ଏବଂ ୬୦ ବର୍ଷରୁ ଅଧିକ ମହିଳା ଏହି ଯୋଜନାରେ ସାମିଲ ହେବେ ନାହିଁ ବୋଲି କୁହାଯାଇଛି । ଯାହାକୁ ନେଇ ଦୀପାଳି ନିଜର ଅସନ୍ତୋଷ ଝାଡିଛନ୍ତି । କଣ ୨୧ ବର୍ଷରୁ କମ୍ ଏବଂ ୬୦ ବର୍ଷରୁ ଅଧିକ ବୟସ୍କା ମହିଳା ଭୋଟ ଦେଇନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଏହା ସହ ଅଙ୍ଗନୱାଡି କର୍ମୀ, ଶିକ୍ଷା ସହାୟିକା , ଏବଂ ଅନ୍ୟ ସହାୟତା ପାଇଥିବା ମହିଳା ମଧ୍ୟ କଣ ଭୋଟ ଦେଇନଥିଲେ । ଏହାସହ ମାସିକ ୮୩୩ ଟଙ୍କା ପାଇ କେଉଁ ପ୍ରକାରର ବ୍ୟବସାୟ ମହିଳାମାନେ କରିପାରିବେ ବୋଲି ପ୍ରଶ୍ନ କରିଛନ୍ତି ? ଏବଂ ଏମାନଙ୍କୁ କାହିଁକି ବିଜେପି ହତାଦାର କରୁଛି ତାକୁ ନେଇ ସ୍ୱର ଉଠାଇଛନ୍ତି ଦୀପାଳି ଦାସ ।

author

Related Articles

Leave a Reply

Your email address will not be published. Required fields are marked *