ସୁଭଦ୍ରା ଯୋଜନା ପାଇଁ ଆରମ୍ଭ ହୋଇଛି ପଞ୍ଜୀକରଣ

ସୁଭଦ୍ରା ଯୋଜନା ପାଇଁ ଆରମ୍ଭ ହୋଇଛି ପଞ୍ଜୀକରଣ

ସୁଭଦ୍ରା’ ଯୋଜନା ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ଗତକାଲି ସୋଶାଲ୍ ମିଡ଼ିଆରେ ଲାଇଭରେ ଆସି ଉପମୁଖ୍ୟମନ୍ତ୍ରୀ କହିଥିଲେ, ‘ସୁଭଦ୍ରା’ ଯୋଜନା ପାଇଁ ମାର୍ଗଦର୍ଶିକା ଜାରି ହୋଇସାରିଛି। ସମସ୍ତ ଜିଲ୍ଲାରେ ହିତାଧିକାରୀଙ୍କ ନିମନ୍ତେ ଫର୍ମ ଉପଲବ୍ଧ ହୋଇଥିବାବେଳେ କାଲିଠାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ଏବଂ ଆଜିଠାରୁ ଏହାକୁ ଲାଗୁ କରାଯାଇଥିବା ସୂଚନା ରହିଛି । ତେବେ ଏ ସମସ୍ତ ପ୍ରକ୍ରିୟା ଦେୟମୁକ୍ତ ହେବ ବୋଲି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍ କାର‌୍ୟ୍ୟାଳୟ, ପୌରାଞ୍ଚଳ କାର‌୍ୟ୍ୟାଳୟ, ମୋ ସେବା କେନ୍ଦ୍ର ଓ ଜନସେବାକେନ୍ଦ୍ରରେ ଏହି ଆବେଦନ ଫର୍ମ ପର‌୍ୟ୍ୟାପ୍ତ ପରିମାଣରେ ଉପଲବ୍ଧ ରହିଛି।ଆବେଦନକାରୀମାନେ ଫର୍ମ ପୂରଣ କରି ଏହାକୁ ନିକଟସ୍ଥ ମୋ ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ରରେ ଦାଖଲ କରିପାରିବେ ବୋଲି ଲାଇଭରେ ଆସି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ‘ସୁଭଦ୍ରା’ ଯୋଜନାରେ ଆବେଦନ କରିବା ନିମନ୍ତେ ହିତାଧିକାରୀଙ୍କ ପାଖରେ ନିଜ ନାଁରେ ଆଧାର କାର୍ଡ କିମ୍ବା ନମ୍ବର ଥିବା ଏକାନ୍ତ ଆବଶ୍ୟକ। ଏହା ସହ ଆଧାର କାର୍ଡ ସହିତ ନିଜର କାର‌୍ୟ୍ୟକ୍ଷମ ବ୍ୟାଙ୍କ ଆକାଉଣ୍ଟ ସଂଯୋଗ ହୋଇଥିବା ଜରୁରୀ। ହିତାଧିକାରୀଙ୍କ ମୋବାଇଲ୍ ନମ୍ବରଟି ମଧ୍ୟ ଆଧାର କାର୍ଡ ସହ ଲିଙ୍କ୍ ହୋଇଥିବା ଆବଶ୍ୟକ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *