ସୁରକ୍ଷାକର୍ମୀଙ୍କ କବଜାରେ ୬ ଦୁର୍ଦ୍ଦାନ୍ତ ନକ୍ସଲ

ସୁରକ୍ଷାକର୍ମୀଙ୍କ କବଜାରେ ୬ ଦୁର୍ଦ୍ଦାନ୍ତ ନକ୍ସଲ

ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ନକ୍ସଲ ପ୍ରବଣ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି । କିଛି ଦିନ ହେବ ସୁରକ୍ଷାକର୍ମୀଙ୍କ ଗୁଳିରେ ଅନେକ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ଏହି କ୍ରମରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ସୁରକ୍ଷାକର୍ମୀଙ୍କୁ ଆଉ ଏକ ବଡ ସଫଳତା ମିଳିଛି । ସୁକମା ଜିଲ୍ଲାରୁ ପୋଲିସ୍ ଏବଂ ସିଆରପିଏଫ୍ କୋବ୍ରା ବାହିନୀର ମିଳିତ ଟିମ୍ ୬ ଜଣ ଦୁର୍ଦ୍ଦାନ୍ତ ନକ୍ସଲଙ୍କୁ ଗିରଫ କରିଛି । ସେମାନେ ବହୁ ହିଂସାକାଣ୍ଡରେ ଜଡ଼ିତ ଥିବା ଜଣାଯାଇଛି। ଏହାସହ ଓ ସେମାନଙ୍କ ନାଁରେ ଅନେକ ମାମଲା ଥିବା ଜଣାପଡ଼ିଛି। ନକ୍ସଲମାନଙ୍କଠାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି। ଏହାସହ ୧୯ଟି ଈଏଗ ବୋମା ସହ ଜିଲେଟିନ ଜବତ ହୋଇଥିବା ସୁକମା ଏସପି ସୂଚନା ଦେଇଛନ୍ତି। ସେହିପରି ଏପ୍ରିଲ ୬ ତାରିଖରେ ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ନକ୍ସଲଙ୍କର ମୃତ୍ୟୁ ଘଟିଥିଲା।

author

Related Articles

Leave a Reply

Your email address will not be published. Required fields are marked *