ସୁରଜଙ୍କ ରାସ୍ତାରେ କଣ୍ଟା ସାଜିବେ କି ରାଜୁ ?

ସୁରଜଙ୍କ ରାସ୍ତାରେ କଣ୍ଟା ସାଜିବେ କି ରାଜୁ ?

ରାଜନୀତିରେ ଜଣେ ଆଗଧାଡିର ଯୁବ ନେତାଙ୍କ କଥା ଯଦି ଉଠେ ତେବେ ଜଣଙ୍କ ନାଁ ସାମ୍ନାକୁ ଆସେ । ସେ ହେଉଛନ୍ତି ଧାମନଗର ବିଧାୟକ ତଥା ବର୍ତ୍ତମାନର ବିଜେପି ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ । ବାପାଙ୍କ ଅନ୍ତେ ମଇଦାନକୁ ଓହ୍ଲାଇଥିଲେ ଏବଂ ଧାମନଗରର ଗଣିତ ବିଗାଡିଥିଲେ । 22 ଉପନିର୍ବାଚନରେ ବଦଳିଯାଇଥିଲା ଧାମନଗରର ଗଣିତ । ସୁରଜଙ୍କୁ ହିଁ ନିଜର ନେତା ଭାବରେ ପାଛୋଟି ନେଇଥିଲେ ଧାମନଗରବାସୀ । ପୁଣିଥରେ ସେହି ଯୁବ ନେତାଙ୍କୁ ଭରସା କରି ଭାରତୀୟ ଜନତା ପାର୍ଟି ଧାମନଗର ବିଧାନସଭା ଆସନରୁ ପ୍ରାର୍ଥୀ କରାଇଛି । ଏବଂ ପୁଣିଥରେ ଧାମନଗରରେ ବିଜୟର ଧ୍ୱଜା ଉଡାଇବା ପାଇଁ ପ୍ରସ୍ତୁତ ହୋଇରହିଛନ୍ତି ସୂର୍ଯ୍ୟବଂଶୀ । ରଣକ୍ଷେତ୍ରକୁ ଓହ୍ଲାଇ ବିରୋଧିଙ୍କୁ ମାତ ଦେବା ପାଇଁ ଅଣ୍ଟା ଭିଡିଲେଣି ସୁରଜ । ପରନ୍ତୁ ଭାରତୀୟ ଜନତା ପାର୍ଟିର ଏହି ଗଡକୁ ହାତେଇବା ପାଇଁ ବିଜୁ ଜନତା ଦଳ ଭିତରେ ଭିତରେ ରଣନୀତି ପ୍ରସ୍ତୁତ କରିଅଛି । କାହିଁକିନା ବିଜେଡି ଏଠାରୁ ସଞ୍ଜୟ ଦାସଙ୍କୁ ପ୍ରାର୍ଥୀ କରାଇଥିବା ବେଳେ ସଞ୍ଜୟଙ୍କୁ ସାଥ୍ ଦେବା ପାଇଁ ପୁଣିଥରେ ବିଜେଡିକୁ ଫେରିଛନ୍ତି ରାଜୁ ଦାସ । ରାଜୁ ଜାସ ବିଜୁ ଜନତା ଦଳରୁ ବିମୁଖ ହୋଇ ବିଜେପିରେ ମିଶିଥିଲେ ଏବଂ ବିଜେପି ତାଙ୍କୁ ସୋର ବିଧାନସଭା ଟିକେଟ ଦେଇ ତାଙ୍କ ଠାରୁ ପୁଣି ଟିକେଟ ଛଡାଇ ନେଇଗଲା ଯେଉଁଥିପାଇଁ ପୁଣିଥରେ ରାଜୁ ନିଜ ଘରକୁ ଫେରିଛନ୍ତି । ଯାହା ବିଜେପିକୁ ହରାଇବା ପାଇଁ ଅସ୍ତ୍ର ସାଜିପାରେ । ତେବେ ରାଜ୍ୟରେ ତିନୋଟି ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଆଉ ମାତ୍ର ଗୋଟିଏ ପର୍ଯ୍ୟାୟ ମତଦାନ ବାକି ରହିଛି ଯେଉଁଥିରେ ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀରେ ଭୋଟ ପଡିବ । ତେବେ ବିଜେଡିକୁ ପୁଣିଥରେ ବାହୁଡିଥିବା ରାଜୁ ସୁରଜଙ୍କ ରାସ୍ତାରେ କଣ୍ଟା ସାଜିଲେ ତାହାକୁ କିପରି ସାମ୍ନା କରିବେ ସୂର୍ଯ୍ୟବଂଶୀ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *