ସୁରେଶ ମହାପାତ୍ରଙ୍କୁ ବଡ ଦାୟିତ୍ବ

ସୁରେଶ ମହାପାତ୍ରଙ୍କୁ ବଡ ଦାୟିତ୍ବ


ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ବଡ ଦାୟିତ୍ବ | ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ସିଏମଓର ମୁଖ୍ୟ ପରାମର୍ଶଦାତା ଭାବେ ମିଳିଲା ନିଯୁକ୍ତି | ସୁରେଶଙ୍କୁ ଓଇଆର୍‌ସି ଅଧ୍ୟକ୍ଷ ପଦରୁ ଅବ୍ୟାହତି ଦିଆଯାଇଛି । ଗତ ଫେବ୍ରୁଆରୀ ୨୮ରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଥିଲେ ସୁରେଶ ମହାପାତ୍ର । ମାର୍ଚ୍ଚ ୧ ତାରିଖରେ ତାଙ୍କୁ ଓଇଆରସି ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା । ତେବେ ଏହି ପଦରୁ ଇସ୍ତଫା ଦେବାର କିଛି ଘଂଟା ଭିତରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି । ଆର୍‌.ବାଲକ୍ରୀଷ୍ଣନଙ୍କୁ ସିଏମ୍‌ଓ ମୁଖ୍ୟ ପରାମର୍ଶଦାତା ଅତିରିକ୍ତ ଦାୟିତ୍ୱରୁ ମୁକ୍ତି ଦିଆଯାଇଛି । ସ୍ପେଶାଲ ଇନିସିଏଟିଭ୍‌ ମୁଖ୍ୟ ପରାମର୍ଶଦାତା ରହିବେ ଆର୍‌. ବାଲକ୍ରୀଷ୍ଣନ । ସେହିପରି ଅବସରପ୍ରାପ୍ତ ଆଇଏଏସ୍ ଅସିତ୍ ତ୍ରିପାଠୀଙ୍କୁ ପ୍ରମୁଖ ଉପଦେଷ୍ଟା ଭାବେ ସମସ୍ତ ଅତିରିକ୍ତ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *