କଣ ଆପଣ ଡ୍ରାଏଫ୍ରୁଟସ ଖାଇବାକୁ ପସନ୍ଦ କରନ୍ତି କି ? ଡ୍ରାଏଫ୍ରୁଟ୍ସ ମଧ୍ୟରେ ଅଖରୋଟ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଆପଣ ଜାଣନ୍ତି ? ସୁସ୍ଥ ଶରୀର ପାଇଁ ପନିପରିବା, ସିଡ୍ସ ସହିତ ବିଭିନ୍ ପ୍ରକାର ଡ୍ରାଏଫ୍ରୁଟ୍ସ ମଧ୍ୟ ଉପକାରୀ ହୋଇଥାଏ । ଏହା ଆମ ଶରୀରରୁ ଇନର୍ଜି ପ୍ରଦାନ କରିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । କାଜୁ, ଆଲମଣ୍ଡସ , ପିସ୍ତା କିସମିସ ସହିତ ଯଦି ଆପଣ ନିଜ ଡାଏଟରେ ଦୁଇଟି ଅଖରୋଟ ସାମିଲ କରନ୍ତି ତେବେ ଏହା ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ । କାରଣ ଏଥିରେ ସର୍ବାଧିକ ପୋଷକ ତତ୍ତ୍ବ ଥାଏ । ଅଖରୋଟରେ ଭିଟାମିନ୍ସ, ମିନେରାଲ୍ସ, ଫାଇବର, ଆଇରନ୍, କ୍ୟାଲସିୟମ୍ , ମ୍ୟାଗ୍ନେସିୟମ୍, ଫସଫରସ୍, ସେଲିନିୟମ୍ ,ଆଣ୍ଟି ଅକ୍ସିଡାଣ୍ଟସ୍ ଆଦି ଭରପୂର ଅଛି ।
ହେଲ୍ଥ ଏକ୍ସପର୍ଟସଙ୍କ କହିବା ଅନୁସାରେ, ପ୍ରତିଦିନ ଦୁଇଟି ଅଖରୋଟ୍ ଖାଇବା ଦ୍ବାରା ମାନସିକ ଅବସାଦ ନହୋଇ ବରଂ ମନରେ ସ୍ଥିରତା ଆସିବା ସହ କ୍ୟାନ୍ସରର ବିପଦ ବି ହ୍ରାସ ପାଏ । କ୍ୟାନ୍ସର ଭଳି ଘାତକ ରୋଗରୁ ନିଜକୁ ସୁରକ୍ଷିତ ରଖିବାକୁ ପ୍ରତିଦିନ ଅଖରୋଟ୍ ଖାଇବା ଏକ ବେଷ୍ଟ ଅପ୍ସନ । କେବଳ କ୍ୟାନ୍ସର ନୁହେଁ, ଅଖରୋଟରେ କ୍ୟାଲସିୟମ୍ ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ପ୍ରତିଦିନ ୨୫ ଗ୍ରାମ ଅଖରୋଟ ଖାଇଲେ ରକ୍ତଚାପ ନିୟନ୍ତ୍ରଣରେ ରୁହେ ।
ଏହାସହ କୋରୋନାରୀ ଆର୍ଟରି ଡିଜିଜ୍ ଏବଂ ଷ୍ଟ୍ରୋକର ଆଶଙ୍କା ବି କମିଯାଏ । ଅଖରୋଟରେ ଓମେଗା -୩, ଫ୍ୟାଟି ଏସିଡର ମାତ୍ରା ଅଧିକ ମାତ୍ରାରେ ଥିବାରୁ ମାନସିକ ଅବସାଦକୁ କମାଇଥାଏ । ଏହାସହ ମାନସିକ କ୍ଷମତା ବି ବୃଦ୍ଧି ପାଏ। ପିଲାମାନଙ୍କୁ ବି ଅଖରୋଟ ପ୍ରତିଦିନ ଖାଇବାକୁ ଦେବା ଦରକାର । ମହିଳାମାନେ ଗର୍ଭବତୀ ଥିବା ସମୟରେ ପ୍ରତିଦିନ ଅଖରୋଟ୍ ଖାଇଲେ ଗର୍ଭସ୍ଥ ଶିଶୁର ମାନସିକ ବିକାଶ ବେଶ୍ ଭଲ ହୋଇଥାଏ ।
ଏହାସହ ଅଖରୋଟରେ ଭିଟାମିନ୍ ବି -୭ ମାତ୍ରା ପ୍ରଚୂର ଥିବାରୁ କେଶମୂଳ ମଜଭୂତ ହେବା ସହ କେଶର ଝଡ଼ିବା ବନ୍ଦ ହେବା ସହ କେଶ ମୁଲାୟମ୍ ଓ ଘନ ହୋଇଥାଏ ।
