ସୂର୍ଯ୍ୟକରିଣରେ ପୁଣି ଆକ୍ଟିଭ ହେବ ଚନ୍ଦ୍ରଯାନ-୩

ସୂର୍ଯ୍ୟକରିଣରେ ପୁଣି ଆକ୍ଟିଭ ହେବ ଚନ୍ଦ୍ରଯାନ-୩

ଇସ୍ରୋ ପକ୍ଷରୁ ସୂଚନାଦିଆଯାଇଛି ଆଜି ପୁଣି ଆକ୍ଟିଭ ହୋଇପାରେ ଚନ୍ଦ୍ରଯାନ-୩ । ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ସୂର୍ଯ୍ୟକରିଣରେ ପୁଣି ଆକ୍ଟିଭ ହେବେ । ଚନ୍ଦ୍ରପୃଷ୍ଠରେ ଅବତରଣର ୧୧ ଦିନ ପରେ ଲ୍ୟାଣ୍ଡର ‘ବିକ୍ରମ’ ଓ ରୋଭର ‘ପ୍ରଜ୍ଞାନ’କୁ ସ୍ଲିପ୍ ମୋଡକୁ ପଠାଯାଇଥିଲା । ଲ୍ୟାଣ୍ଡର ଓ ରୋଭରକୁ ଶିବଶକ୍ତି ପଏଂଟରେ ରଖାଯାଇଛି ।ସୂର‌୍ୟ୍ୟୋଦୟ ପରେ ଏହାର ପେଲୋଡ୍ ପୁଣିଥରେ ଆରମ୍ଭ ହୋଇପାରେ । ସେପ୍ଟେମ୍ବର ୪ ତାରିଖରେ ବିକ୍ରମ ଲ୍ୟାଣ୍ଡରକୁ ସ୍ଲିପିଂ ମୋଡକୁ ଅଣାଯାଇଥିଲା । କେବଳ ରିସିଭରକୁ ଛାଡ଼ି ବାକି ସମସ୍ତ ଯନ୍ତ୍ରାଂଶକୁ ବନ୍ଦ କରି ଦିଆଯାଇଥିଲା । ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରୟାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚି ଇତିହାସ ରଚିଥିଲା । ଏହା ସହ ଭାରତ ବିଶ୍ୱର ପ୍ରଥମ ଦେଶ ଭାବେ ଦକ୍ଷିଣ ମେରୁରେ ଅବତରଣ କରିଥିଲା ଚନ୍ଦ୍ରଯାନ-୩ । କାରଣ ପୂର୍ବରୁ କୌଣସି ଦେଶ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚି ପାରି ନାହାନ୍ତି । ଯଦି ଏହା ସଫଳ ହୁଏ ତେବେ ଭାରତ ପାଇଁ ଏହା ବଡ଼ ସଫଳତା ହେବ । ଏବଂ ଆଗାମୀ ୧୪ରୁ ୧୫ ଦିନ ଯାଏଁ ଦିନ ଯାଏ ସେମାନେ ଚନ୍ଦ୍ରପୃଷ୍ଠରେ ଅଧିକ ଗବେଷଣା କରିପାରିବେ ।

author

Related Articles

Leave a Reply

Your email address will not be published. Required fields are marked *