ସୂର୍ଯ୍ୟମୁଖୀର ଶଙ୍କର କିସମ

ସୂର୍ଯ୍ୟମୁଖୀର ଶଙ୍କର କିସମ

ସୂର୍ଯ୍ୟମୁଖୀ ଏକ ତୈଳବୀଜ ଫସଲ | ଏଥିରୁ ରନ୍ଧା ତେଲ ପ୍ରସ୍ତୁତ ହେଉଥିବାବେଳେ ସ୍ୱାସ୍ଥ୍ୟ ପାଇଁ ବେଶ ହିତକର | ଏହାକୁ ସେବନ କରିବା ଦ୍ଵାରା ହୃଦଘାତ ଓ କୋଲେଷ୍ଟ୍ରଲ ସ୍ତରରେ ନିୟନ୍ତ୍ରଣ କରାଯାଇପାରେ | ରାଜ୍ୟର ଅଧିକାଂଶ ଚାଷୀ ତୈଳବୀଜ ଫସଲ ସୂର୍ଯ୍ୟମୁଖୀ ଚାଷ କରି ଲାଭବାନ ହେଉଥିବାବେଳେ ଏହି ଚାଷ ପାଇଁ ଆବଶ୍ୟକ ହୁଏ ଉନ୍ନତ ଶଙ୍କର କିସମ ବିହନ | କେବଳ ସେତିକି ନୁହେଁ, ଚାଷ ପାଇଁ ଜଳଧାରଣ କ୍ଷମତା ମୃତ୍ତିକା ଚୟନ କରିବା ଫଳପ୍ରଦ | ପ୍ରାୟ ୯୦ରୁ ୧୦୫ ଦିନ ମଧ୍ୟରେ ଚାଷ ଅମଳ ହେଉଥିବାବେଳେ ହେକ୍ଟର ପିଚ୍ଛା ୧୫ରୁ୧୦ କ୍ୱିଣ୍ଟାଲ ଅମଳ ହୁଏ | ଉଭୟ ଖରିଫ ଏବଂ ରବିରେ ସୂର୍ଯ୍ୟମୁଖୀ ଚାଷ ସମ୍ଭବ | ତେଣୁ ଏହି ଚାଷ ଆରମ୍ଭ କରିବା ପୂର୍ବରୁ ବିଭିନ୍ନ ଷ୍ଟୋରରୁ ମଞ୍ଜି କିଣିପାରିବେ | ସୂର୍ଯ୍ୟମୁଖୀର ଉନ୍ନତ କିସମ ହେଉଛି କେବିଏସଏଚ ୧, ଏବିଏସଏଚ ୧୧, ବିଏମ ଏଚ-୧, ପର୍ସ ଇତ୍ୟାଦି | ଏହାର ମୂଲ୍ୟ ମଧ୍ୟ ଭିନ୍ନ ଭିନ୍ନ | ତେବେ ଏହିଅ ଚାଷ କରିବା ସମୟରେ ପ୍ରତିବର୍ଷ ବିହନ ବଦଳାଇବା ଉଚିତ | ଏକ ହେକ୍ଟର ପାଇଁ ୨କିଲୋ ବିହନ ଆବଶ୍ୟକ ହୋଇଥାଏ | ୟୁରିଆ ୮୭ କିଗ୍ରା. ସିଙ୍ଗଲ; ସୁପର ଫସଫେଟ ୩୭୫ କିଲୋ ପଟାସ ୬୦ କିଲୋ ଆଦି ପ୍ରୟୋଗ କରିବା ଜରୁରୀ |

author

Related Articles

Leave a Reply

Your email address will not be published. Required fields are marked *