ସେନା ଦିବସରେ ମୋଦିଙ୍କ ଶୁଭେଚ୍ଛା

ସେନା ଦିବସରେ ମୋଦିଙ୍କ ଶୁଭେଚ୍ଛା

ଆଜି ଦେଶ ପାଳୁଛି ଆର୍ମି ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ଏକ୍ସରେ ଏକ ସ୍ୱତନ୍ତ୍ର ପୋଷ୍ଟ କରି ଭାରତୀୟ ସେନା ବାହୀନିକୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ଆମ ସେନାର ସାହସ ଏବଂ ବୀରତ୍ୱ ପ୍ରତ୍ୟେକ ନାଗରିକଙ୍କୁ ଗର୍ବିତ କରିଥାଏ । ଦେଶର ସୈନିକମାନେ ନିଃସ୍ୱାର୍ଥପର ସେବାର ପ୍ରତୀକ ଭାବରେ ସବୁଠାରୁ କଷ୍ଟକର ପରିସ୍ଥିତିରେ ମଧ୍ୟ ଦୃଢ଼ତାର ସହିତ ଦେଶକୁ ସୁରକ୍ଷା ଦେବା ପାଇଁ ଠିଆ ହୋଇଛନ୍ତି । ଦେଶ ଆମର ସୈନିକଙ୍କ ସାହସ ଏବଂ ଦୃଢ଼ ସଂକଳ୍ପକୁ ସଲାମ କରୁଛି । ଏବଂ ଶେଷରେ ମୋଦି କହିଛନ୍ତି ସୀମାକୁ ଜଗି ରହିଥିବା ସୈନିକମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ! କର୍ତ୍ତବ୍ୟ ପାଳନ ସମୟରେ ଜୀବନ ଦେଇଥିବା ଯବାନମାନଙ୍କୁ ଦେଶ ସମ୍ମାନର ସହିତ ମନେ ରଖେ ।

author

Related Articles

Leave a Reply

Your email address will not be published. Required fields are marked *