ସେବାୟତଙ୍କ ଲାଗି ବିଳମ୍ବ ହେଲା ମହାପ୍ରଭୁଙ୍କ ନୀତି କାନ୍ତି

ସେବାୟତଙ୍କ ଲାଗି ବିଳମ୍ବ ହେଲା ମହାପ୍ରଭୁଙ୍କ ନୀତି କାନ୍ତି

ମହାପ୍ରଭୁଙ୍କ ନୀତିକାନ୍ତିରେ ଦେଖାଯାଇଛି ବଡ ଅବହେଳା । ନିଲମ୍ବିତ ହୋଇଥିବା ସେବାୟତଙ୍କୁ ନେଇ ଶ୍ରୀମନ୍ଦିରରେ ବିବାଦ ଦେଖାଦେଇଛି । ଅନ୍ୟଜାତିରେ ବିବାହ କରିଥିବାରୁ ଜଣେ ସେବାୟତ ଙ୍କୁ ମହାପ୍ରଭୁଙ୍କ ସେବାରୁ ବଞ୍ଚିତ କରାଯାଇଛି । ତାଙ୍କ ନାମ ସିଂହାରୀ ସଂଘମିଶ୍ର ସିଂହାରୀ । ତାଙ୍କୁ ନିଲମ୍ବିତ କରାଯାଇଥିଲା । ହେଲେ ଆଜି ସକାଳୁ ସକାଳୁ ନିଲମ୍ବିତ ସିଂହାରୀ ସେବାୟତ ଯାଇ ମହାପ୍ରଭୁଙ୍କ ସେବା ପୂଜା କରିଥିଲେ । ଯାହାକୁ ନେଇ ବିବାଦ ଦେଖାଯାଇଛି । ଏହାକୁ ଅନ୍ୟ ସେବାୟତ ମାନେ ବିରୋଧ କରିଥିଲେ । ତେଣୁ ଏବେ ମହାପ୍ରଭୁଙ୍କ ନୀତିରେ ଦେଖାଦେଇଛି ବିଳମ୍ବ । ସକାଳୁ ସକାଳୁ ମହାପ୍ରଭୁଙ୍କ ଦ୍ୱାର ଫିଟା, ଭିତର ଶୋଧ, ମଙ୍ଗଳ ଆଳତି, ରୋଷହୋମ, ମଇଲମ ନୀତି ହୋଇଛି । ଏହା ପରଠାରୁ ନୀତି କାନ୍ତିରେ ଦେଖାଦେଇଛି ବିଭ୍ରାଟ । ଏନେଇ ନୀତି ପ୍ରଶାସକ ସେବାୟତଙ୍କ ସହ କରିଛନ୍ତି ଆଲୋଚନା ।

author

Related Articles

Leave a Reply

Your email address will not be published. Required fields are marked *