ସେମିଳିଗୁଡାରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି

ସେମିଳିଗୁଡାରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି

କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକର ୧୭ ଗୋଟି ଗ୍ରାମ ପଞ୍ଚାୟତର ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଜନ ଶୁଣାଣି ମଙ୍ଗଳବାର ଦିନରେ ସେମିଳିଗୁଡା ବ୍ଲକରେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ୍ ସମୁଦାୟ ୮୫ ଟି ଅଭିଯୋଗ ପତ୍ର ଗ୍ରହଣ କରି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏବଂ ମିଶନ ଶକ୍ତି (ଏ ସ୍ ଏ ଚ ଜି) ଗ୍ରୁପ ୧ କୋଟି ୨୨ ଲକ୍ଷ ଛେକ ଦେବା ସହ ଭିନ୍ନକ୍ଷମ ଦିବ୍ୟାଙ୍ଗଙ୍କୁ ହୁଇଲ ଚେୟାର ଏବଂ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ। ପରି ଶେଷରେ ୧୭ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ,ସଭ୍ୟା ମାନେ ସହକାରୀ ନିର୍ବାହୀ ଯନ୍ତ୍ରୀ ସୃଷ୍ଟିସ୍ୱାଶିନୀ ମୋଲ୍ଲିକ କାର୍ଯ୍ୟର ଅବହେଳା କରୁଥିବା ନେଇ ତାଙ୍କ ବିରୋଧରେ ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକାର, କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବର, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ବ୍ୟକ୍ତିଗତ ଓ ସାମୁହିକ ଅଭିଯୋଗର ବିଚାର କରାଯାଇ ଥିଲା। ଅଭିଯୋଗ ଗୁଡ଼ିକ ମଧ୍ୟରେ ପଞ୍ଚାୟତ ବ୍ଲକ ବିଭାଗର ରାସ୍ତା ଗୁଡିକର ଦୂରବସ୍ଥା ଓ ନୂତନ ରାସ୍ତା ନିର୍ମାଣ, ଅସମ୍ପୂର୍ଣ୍ଣ ଅଙ୍ଗନବାଡ଼ି କେନ୍ଦ୍ର ଗୃହ ଗୁଡ଼ିକର ନିର୍ମାଣ, ମନରେଗା ଯୋଜନାରେ ଥିବା ଅସୁବିଧା, ପାନୀୟ ଜଳର ସମସ୍ୟା, ବିଗତ ଶିକ୍ଷାବର୍ଷରେ ସମସ୍ତ ଅଭିଯୋଗର ବିଚାର କରି ଉପସ୍ଥିତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀଙ୍କୁ ତର୍ଜମା କରିବା ସହ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଭାସନ ନିର୍ଦ୍ଦେଶ ଦେଇଥିଲେ। ଜନ ଶୁଣାଣି ଶିବିରରେ ସେମିଳିଗୁଡା ବିଡିଓ ଜଶ୍ମୀନ କୁମାର ପ୍ରଧାନ ବ୍ଲକ ଅଧ୍ୟକ୍ଷା ଲିଲି ଅଣ୍ଟାବିରିଆ, ସେମିଳିଗୁଡା ଆଇ ଆଇ ସି ସଚିନ୍ଦ୍ରା ପ୍ରଧାନ, ଏବଂ ଜିଲ୍ଲା ର ପ୍ରତ୍ୟେକ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

author

Related Articles

Leave a Reply

Your email address will not be published. Required fields are marked *