ସୋଫିଆଙ୍କୁ ସପ୍ରାଇଜ ଦେବେ କଂଗ୍ରେସର ହାଇକମାଣ୍ଡ !

ସୋଫିଆଙ୍କୁ ସପ୍ରାଇଜ ଦେବେ କଂଗ୍ରେସର ହାଇକମାଣ୍ଡ !

ରାଜ୍ୟରେ ଭାଙ୍ଗିଯାଇଛି ପିସିସି କମିଟି । ପୁରୁଣା କମିଟି ଭଙ୍ଗ କରି ନୂଆ କମିଟି ଗଠନ କରୁଛି କଂଗ୍ରେସ । ପ୍ରଥମେ ବିଧାୟକ ଦଳର ନେତା ଚୟନ କରିବା ପରେ ଏବେ ପିସିସି ସଭାପତି ପଦରେ କିଏ ବସିବ କିଏ ରାଜ୍ୟ କଂଗ୍ରେସର ମଙ୍ଗୁଆଳ ହେବ ତାକୁ ନେଇ ଆଲୋଚନା ଚାଲିଛିା ଗତ ୨୪ ବର୍ଷରେ ୯ ଥର ପିସିସି ସଭାପତି ପରିବର୍ତ୍ତନ ହୋଇଥିବା ବେଳେ ଏବେ ୧୦ ନମ୍ବର ପିିସିସି ସଭାପତି ପାଇଁ କଂଗ୍ରେସର ସର୍ଚ୍ଚ ଅପେରସନ ଚାଲିଛି । କାହାକୁ ଏହି ଦାୟିତ୍ୱ ଦେଲେ ରାଜ୍ୟ କଂଗ୍ରେସର ସ୍ଥିତି ସୁଧୁରିପାରିବ ତାକୁ ନେଇ ରାଜ୍ୟ କଂଗ୍ରେସଠାରୁ ଆରମ୍ଭ କରି ଦିଲ୍ଲୀ ପଯ୍ୟନ୍ତ ବିଚାର ବିମର୍ଷ ଚାଲିଛିା ତେବେ ଏହି ରେସରେ ଅନେକ ବରିଷ୍ଠ ନେତା ସାମିଲ ଥିବା ବେଳେ ଯୁବନେତାଙ୍କୁ ମଧ୍ୟ ଏହି ପଦ ମିଳିପାରେ ବୋଲି ଆଲୋଚନା ଚାଲିଛି । ଯେଉଁଥିରେ ଆଗରେ ରହିଛନ୍ତି କଟକ ବାରବାଟୀର ବିଧାୟିକା ସୋଫିଆ ଫିର୍ଦ୍ଦୋସ । ସୋଫିଆ ଚଳିତ ଥର କଟକ ବାରବାଟୀ ଆସନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବେଳେ ସେଥିରେ ସେ ବିଜୟ ଲାଭ କରିଛନ୍ତି । ପ୍ରଥମ ଥର ନିବାଚନରେ ଭାଗ ନେଇଥିବା ବେଳେ ସେଥିରେ ସେ ସଫଳ ହୋଇଛନ୍ତିା ଏବଂ ଯୁବନେତ୍ରୀଙ୍କ ମଧ୍ୟରେ ସୋଫିଆଙ୍କ ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛିା ଏପରିକି ବିଧାନସଭାରେ ମଧ୍ୟ ସୋଫିଆ ତାଙ୍କ ସ୍ୱର ଉଠାଉଥିବା ଶୁଣିବାକୁ ମିଳୁଛିା ଖାଲି ବିଧାନସଭାରେ ନୁହେଁ ବିଧାନସଭା ବାହାରେ ମଧ୍ୟ ସେ ଶାସକ ଦଳକୁ ଟାଗେଟ କରିବାକୁ ପଛାଉନାହାନ୍ତି । ଯାହାକୁ ସାଧାରଣ ଲୋକମାନେ ବେଶ୍ ପସନ୍ଦ କରୁଛନ୍ତି । ଆଉ ଏହି କାରଣ ପାଇଁ ତାଙ୍କୁ ଏହି ପଦ ମିଳିପାରେ ବୋଲି ଆଶଙ୍କା କରାଯାଉଛି । ଅନ୍ୟପଟେ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ ମଧ୍ୟ ଏହି ପଦ ମିଳିପାରେ ବୋଲି ଦଳୀୟ ନେତା ମତ ପ୍ରକାଶ କରୁଛନ୍ତି । ସେପଟେ କିନ୍ତୁ ଦଳର ଅନ୍ୟ ବରିଷ୍ଠ ନେତାଙ୍କୁ ନେଇ ଚର୍ଚ୍ଚା ଲାଗିଛି । ଯେଉଁଥିରେ ସାମିଲ ଅଛନ୍ତି ବରିଷ୍ଠ ନେତା ଶ୍ରୀକାନ୍ତ ଜେନା । ଶ୍ରୀକାନ୍ତ ପୂବରୁ କେନ୍ଦ୍ରରେ ମନ୍ତ୍ରୀ ପଦ ତୁଲାଇଥିବା ବେଳେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ମଧ୍ୟ ସ୍ଥାନ ପାଇଥିଲେ । ତେଣୁ ରାଜନୀତିରେ ତାଙ୍କ ଅଭିଜ୍ଞତା ଢେର ରହିଥିବାରୁ ଏହି ପଦ ପାଇଁ ସେ ଯୋଗ୍ୟ ବୋଲି ବିବେଚିତ କରାଯାଉଛି । ଶ୍ରୀକାନ୍ତଙ୍କ ସହ ଜୟଦେବ ଜେନା, ଭକ୍ତ ଚରଣ ଦାସ ଏବଂ ପ୍ରସାଦ ହରିଚନ୍ଦନଙ୍କ ନାଁ ମଧ୍ୟ ସାମ୍ନାକୁ ଆସୁଛି । ତେବେ ଦେଖାଯାଉ କାହାକୁ ହେି ପଦ ମିଳୁଛି ଏବଂ କାହା ହାତକୁ କଂଗ୍ରେସର ଭବିଷ୍ୟତ ନ୍ୟସ୍ତ କରାଯାଉଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *