ସୋମବାରରେ ଚଳଚଞ୍ଚଳ ବାବା ଧବଳେଶ୍ୱରଙ୍କ ପୀଠ

ସୋମବାରରେ ଚଳଚଞ୍ଚଳ ବାବା ଧବଳେଶ୍ୱରଙ୍କ ପୀଠ

ଚାଲିଛି କାର୍ତିକ ମାସ । ଏହି ମାସର ଆଜି ହେଉଛି ତୃତୀୟ ସୋମବାର । ସୋମବାର ହେତୁ କଟକର ବାବା ଧବଳେଶ୍ୱର ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ବିଶ୍ୱାସ ରହିଛି କାର୍ତିକ ମାସ ସୋମବାରରେ ମହାଦେବଙ୍କ ଦର୍ଶନ କଲେ ପୂର୍ଣ୍ଣ୍ୟ ମିଳିବା ସହ ମାନସିକ ଶାନ୍ତି ମିଳିଥାଏ । ତେଣୁ ସକାଳୁ ସକାଳୁ ଧବଳେଶ୍ୱର ପୀଠରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ରାତି ୪ଟାରୁ ପହଡ ଖୋଲାଯାଇ ୧୦୮ ଗରା କଳସରେ ସ୍ନାନ କରାଯାଇ ମଙ୍ଗଳ ଆଳତି କରାଯାଉଛି । ଶ୍ରଦ୍ଧାଳୁମାନେ ନୁଆ କଂକ୍ରିଟ ସେତୁରେ ଆସି ଧବଳେଶ୍ୱରଙ୍କ ଦର୍ଶନ କରିଛନ୍ତି । ବହୁ ଦୂରରୁ ଲୋକେ ଏଠାକୁ ବାବାଙ୍କ ଦର୍ଶନ ପାଇଁ ଆସିଛନ୍ତି । ବାବାଙ୍କୁ ପୂଜାର୍ଚ୍ଚନା କରିବା ସହ ବାବାଙ୍କ ଆଶୀର୍ବାଦ ନେଇଛନ୍ତି ଶ୍ରଦ୍ଧାଳୁ ।

author

Related Articles

Leave a Reply

Your email address will not be published. Required fields are marked *