ସୋରରେ ପ୍ରଚାର କରୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ସୋରରେ ପ୍ରଚାର କରୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଓଡିଶାରେ ଜୋର ଜମୁଛି କେନ୍ଦ୍ରୀୟ ନେତୃତ୍ୱଙ୍କ ପ୍ରଚାର । ଘନ ଘନ ଓଡିଶା ଆସୁଛନ୍ତି ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତୃତ୍ୱ । ପୁଣିଥରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଚାର କରୁଛନ୍ତି ବିଜେପିର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର ଚଲାଇଛନ୍ତି । ବାହାନଗା, ଗୋପାଳପୁର, ଅଞ୍ଜି, ଅନନ୍ତପୁରରେ ରୋଡ୍ ସୋ’ କରି ଅଶ୍ୱିନୀ ବୈଷ୍ଣବ ଭୋଟ୍ ମାଗିଥିଲେ । ରୋଡ୍ ସୋ’ ବେଳେ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଏଥର ଓଡ଼ିଶାରେ ବିଜେପି ସରକାର କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରୋଡ୍ ସୋ’ରେ ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଓ ବିଧାୟକ ପ୍ରାର୍ଥୀ ପର୍ଶୁରାମ ଧଡ଼ାଙ୍କ ପାଇଁ ଭୋଟ୍ ମାଗିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *