ନବୀନଙ୍କ ଅଣଓଡିଆ ମୋହ ପାଇଁ ବୁଡିଯିବ କି ବିଜେଡି ? 51ରୁ 50 ହେଲେ ଆଉ ଏବେ ସିଧା 48କୁ ଖସିଲେ ? ଜାଣିଶୁଣି ବିଜେଡିକୁ ମାଟିରେ ମିଶାଇବାକୁ ପାଣ୍ଡିଆନ ଦମ୍ପତି କରୁଛନ୍ତି କି ଷଡଯନ୍ତ୍ର ? ରାଜ୍ୟ ରାଜନୀତିରେ ବିଜୁ ଜନତା ଦଳକୁ ନେଇ ଏହିପରି ଅନେକ ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚା ହେଉଛି । ଯାହାଙ୍କ ପାଇଁ 24 ସାଧାରଣ ନିର୍ବାଚନରେ ଦଳର ବିପର୍ଯ୍ୟୟ ହେଲା ବଡ ବଡ ନେତା ଧରାଶାୟୀ ହେଲେ ସେହି ତାମିଲ ଦମ୍ପତିଙ୍କ ପାଇଁ ପୁଣିଥରେ ବିଜେଡିର ସର୍ବନାଶ ହେବାକୁ ଯାଉଛି ବୋଲି ବାରମ୍ୱାର ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଚେତାଇ ଦେଉଛନ୍ତି ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ।
ହଁ ଦର୍ଶକବନ୍ଧୁ ପୁଣିଥରେ ଶ୍ରୀମୟୀ ମିଶ୍ରଙ୍କ ଏକ ଲମ୍ୱା ଚଉଡା ପୋଷ୍ଟ ବିଜୁ ଜନତା ଦଳ ଓ ପାଣ୍ଡିଆନ ଦମ୍ପତିଙ୍କୁ ଚର୍ଚ୍ଚାକୁ ଟାଣିଛି । ଶ୍ରୀମୟୀଙ୍କ ଗୋଟେ ପରେ ଗୋଟେ ପୋଷ୍ଟ ବିଜେଡିର ନିଦ ହଜାଇ ଦେଇଥିଲା ଯାହାପରେ ତାଙ୍କୁ ବିଜେଡିରୁ ବହିଷ୍କାର ମଧ୍ୟ କରାଗଲା ଆଉ ଏବେ ଡାଇରେକ୍ଟ ସୁପ୍ରିମୋଙ୍କୁ ତୀର ମାରିଛନ୍ତି ଶ୍ରୀମୟୀ ମିଶ୍ର । ପୁଣିଥରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ବିଜେଡିକୁ ସମାଲୋଚନା କରିବା ସହିତ ବିଶ୍ୱାସଘାତକ ଓ ଷଡଯନ୍ତ୍ରର ଅର୍ଥ ବୁଝାଇଛନ୍ତି । ଶ୍ରୀମୟୀ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି
ନୈତିକତା ହଜିଛି, ବିଶ୍ୱାସଘାତକତାର ନୂଆ ପରିଭାଷା ଲେଖାହେଉଛି!
୨ ଜଣ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରି “ଅନୁଶାସନ”ର ପାଠ ପଢ଼ାଯାଉଛି । କୁହାଯାଉଛି ସେମାନେ ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତକ । କିନ୍ତୁ ପ୍ରଶ୍ନ ଉଠୁଛି— କିଏ କାହା ସହ ବିଶ୍ୱାସଘାତକତା କରିଛି ? ପ୍ରକୃତ ବିଶ୍ୱାସଘାତକ କିଏ ? ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମୟୀ ।
ଆଜି ଏମିତି ଏକ ପରିସ୍ଥିତି ସୃଷ୍ଟି ହୋଇଛି, ଯିଏ ସେହି *ଭଣ୍ଡ ସନ୍ୟାସୀ* କୁ ନେତା ବୋଲି ନମାନିବ, ତାଙ୍କୁ ଅନୁଶାସନହୀନ ଓ ବିଶ୍ବାସଘାତକର ଆଖ୍ୟା ଦିଆଯିବ !
ଏବେ ଦଳପତି ନିଜେ ନିଜ ଜାଲରେ ଛନ୍ଦି ହୋଇଯାଇଛନ୍ତି। ବୟସ୍କ ବ୍ୟକ୍ତି ବୋଲି ସମ୍ମାନ ଦେଉଛୁ ସତ କିନ୍ତୁ ତାଙ୍କର ଅଣ ଓଡ଼ିଆ ମୋହ ଆଜି ଓଡ଼ିଶାବାସୀଙ୍କୁ ବାରମ୍ବାର ଅପମାନିତ କରୁଛି। ଜଣେ *ଭଣ୍ଡ ସନ୍ୟାସୀ* ଙ୍କ ହାତରେ ସର୍ବସ୍ୱ ଟେକି ଦେଇ, ଅନେକ କର୍ମୀଙ୍କ ରକ୍ତ ଓ ଝାଳରେ ଗଢ଼ା ହୋଇଥିବା ଏହି ଦଳକୁ ସେ ଆଜି ତିଳ ତିଳ କରି ନଷ୍ଟ କରିବାରେ ଲାଗିଛନ୍ତି।
ଦଳରୁ ଦୁଇ ବିଧାୟକ ନିଲମ୍ୱିତ ହେବା ପରେ ନବୀନଙ୍କ ଏହି କଠୋର କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ସବୁଠି ଚର୍ଚ୍ଚା । ଆଉ ଏତିକିବେଳେ ଶ୍ରୀମୟୀଙ୍କ ଏହି ପୋଷ୍ଟ ନିଆଁରେ ଘିଅ ଢାଳିଛି । ସୋସିଆଲ ମିଡିଆରେ ପୋଷ୍ଟ କରି ଦଳର ସୁପ୍ରିମୋଙ୍କୁ ବିଶ୍ୱାସଘାତକର ପାଠ ପଢାଇଛନ୍ତି ଶ୍ରୀମୟୀ ମିଶ୍ର ।
