ସୋସିଆଲ ମିଡିଆରେ ଘୁରୁଛି ସୁର-ଶ୍ରୀମୟୀ କଳି….ମନ୍ମଥଙ୍କ ପାଇଁ ଶ୍ରୀମୟୀଙ୍କ ହାତ ଛାଡିଦେଲେ ନବୀନ !

ସୋସିଆଲ ମିଡିଆରେ ଘୁରୁଛି ସୁର-ଶ୍ରୀମୟୀ କଳି….ମନ୍ମଥଙ୍କ ପାଇଁ ଶ୍ରୀମୟୀଙ୍କ ହାତ ଛାଡିଦେଲେ ନବୀନ !

ନିର୍ବାଚନର ପରାଜୟ ପରେ ହାଟରେ ପଡି ଦାଣ୍ଡରେ ଗଡୁଛି ଶଙ୍ଖଭବନର ଭିତିରି କଥା । ବଡ ବଡୁଆ ନେତାଙ୍କ ପରେ ଏବେ ବିଜେଡିର ନାରୀ ନେତ୍ରୀଙ୍କ ପାଳି ପଡିଛି । ହଁ ଦର୍ଶକବନ୍ଧୁ ବିଜେଡିର ଛାୟା ନେତ୍ରୀ ତଥା ଟିକେଟ ଆଶାୟୀ ଶ୍ରୀମୟୀ ମିଶ୍ର ଓ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ କଳି ଏବେ ଶଙ୍ଖଭବନରୁ ଯାଇ ସୋସିଆଲ ମିଡିଆରେ ଘୁରି ବୁଲିଲାଣି । ଦୁହିଁଙ୍କ କଳି ଭିତରକୁ ଏବେ ଟାଣି ହୋଇ ଆସିଛନ୍ତି ପୁରୁଖା ନେତା ତଥା ମନ୍ମଥ ରାଉତରାୟଙ୍କ ବାପା ସୁର ରାଉତରାୟ । ଗଣମାଧ୍ୟମ ଆଗରେ ନିଜ ପୁଅର ସପୋର୍ଟ ନେଇ ଶ୍ରୀମୟୀଙ୍କୁ ଯାହା ନାହିଁ ତାହା ଶୁଣାଇଲେ । ନାରୀ ମର୍ଯ୍ୟାଦାର ପାଠ ପଢାଇଲେ । ଯାହାକୁ ସହଜରେ ହଜମ କରିପାରିଲେନି ଶ୍ରୀମୟୀ ଅପା କଥାରେ ନୁହେଁ ବରଂ ସୋସିଆଲ ମଡିଆ ପେଜରେ କଡା ଭାଷାରେ ସୁରଙ୍କୁ ବହେ ଶୁଣାଇଦେଲେ । ତେବେ କଥା ହେଲା ବାପା ପୁଅ ଏକାଠି ହୋଇଥିବା ବେଳେ ନିଜର ସମ୍ମାନ ପାଇଁ ଏକାକୀ ଲଢେଇ କରୁଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର  । ଟିକେଟ ନମିଳିବାରୁ ବିଜେଡିରୁ ମୁହଁ ଫେରାଇଦେଇଥିବା ଶ୍ରୀମୟୀ ଦଳକୁ ଫେରିବା ପରେ ସରକାରଙ୍କୁ ଟାର୍ଗେଟ କରିବା ପାଇଁ ପଛାଉନାହାନ୍ତି ଏବଂ ସୋସିଆଲ ମିଡିଆରେ ନବୀନଙ୍କ ସପୋର୍ଟରେ ବାହାରୁଛନ୍ତି । କିନ୍ତୁ ବର୍ତ୍ତମାନ ଯେତେବେଳେ ଗୋଟିଏ ନାରୀର ସମ୍ମାନ ଉପରେ କଥା ଆସିଛି ସେତେବେଳେ କାହିଁକି ଶ୍ରୀମୟୀଙ୍କ ସାଥ ଦେଉନାହାନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତାହା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବିଜେଡିର ଶୋଚନୀୟ ପରାଜୟ ପରେ ମଧ୍ୟ ପୁଣିଥରେ ନବୀନଙ୍କ ହାତ ଧରିଛନ୍ତି ଏବଂ ବିଜେଡିର ପଦଯାତ୍ରାରେ ସାମିଲ ହେଉଛନ୍ତି ଶ୍ରୀମୟୀ ହେଲେ ଗଣମାଧ୍ୟମ ଚର୍ଚ୍ଚାରେ ଶିରୋନାମା ପାଲଟିଥିବା ଶ୍ରୀମୟୀଙ୍କୁ କେବେ ମିଳିବ ନବୀନଙ୍କ ସପୋର୍ଟ । ନା ମନ୍ମଥଙ୍କ ପାଇଁ ଶ୍ରୀମୟୀଙ୍କୁ ଅଣଦେଖା କରୁଛନ୍ତି ନବୀନ । ତେବେ ଦେଖିବାକୁ ଅପେକ୍ଷା ସୁର-ଶ୍ରୀମୟୀ କଳିରେ କେବେ ଏଣ୍ଟ୍ରି ମାରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

author

Related Articles

Leave a Reply

Your email address will not be published. Required fields are marked *