ସୋସିଆଲ ମିଡିଆ ଏକ୍ସର ସର୍ଭର ଡାଉନ

ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ଏକ୍ସର ସର୍ଭର ଡାଉନ ରହିଛି । ଗୁରୁବାର ଦ୍ୱିପ୍ରହର ସମୟଠାରୁ ହଠାତ ଏକ୍ସର ସର୍ଭର ଡାଉନ ରହିଛି । ଯାହାଫଳରେ ୟୁଜର୍ସମାନେ ଅନେକ ଅସୁବିଧାର ସାମ୍ନା ହେବା ସହିତ ଏନେଇ ଅଭିଯୋଗ ମଧ୍ୟ କରୁଛନ୍ତି । ଏପରିକି ‘ଏକ୍ସ’ରେ ଟ୍ୱିଟର ଡାଉନ୍ ବୋଲି ଟ୍ରେଣ୍ଡ ହେବାରେ ମଧ୍ୟ ଲାଗିଛି । ସର୍ଭର ଡାଉନ୍ ହେବା କାରଣରୁ ୟୁଜର୍ସମାନେ ‘ଏକ୍ସ’ରେ ପୋଷ୍ଟ ସେୟାର କରିପାରୁନାହାଁନ୍ତି । ‘ଏକ୍ସ’ ଖୋଲିଲେ କେବଳ ‘ୱେଲକମ୍ ଟୁ ଏକ୍ସ’ ଲେଖା ହେଇଥିବା ନଜର ଆସୁଛି । ଉଭୟ ଫୋନ୍ ଏବଂ ୱେବରେ ୟୁଜର୍ସମାନେ ଏହି ଅସୁବିଧାର ସାମ୍ନା କରୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *