ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସରକାରଙ୍କ କଡା ଚେତାବନୀ

ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସରକାରଙ୍କ କଡା ଚେତାବନୀ

ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡିକ ଯେପରିକି ଫେସବୁକ ଏବଂ ୟୁଟ୍ୟବକୁ ତାଗିଦ କରିଛନ୍ତି ଭାରତ ସରକାର । ଡିପଫେକ ଏବଂ ଫେକ ନ୍ୟୁଜର ପ୍ରସାର ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏକ ରୁଦ୍ଧଦ୍ୱାର ବୈଠକରେ କେନ୍ଦ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ଡିପଫେକ ଏବଂ ଫେକ ନ୍ଯୁଜର ପ୍ରସାରଣ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି । ରିପୋର୍ଟ ଅନୁଯାୟୀ ସରକାର ଅଗ୍ରଣୀ ସୋସିଆଲ ମିଡିଆ କମ୍ପାନୀଗୁଡିକ ସହିତ ଏକ ବୈଠକ  କରିଥିଲେ ଯେଉଁଥିରେ ଏକ ସପ୍ତାହ ମଧ୍ୟରେ ସମସ୍ତ ସୋସିଆଲ ମିଡିଆ କମ୍ପାନୀକୁ କଡା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହା ଅନୁଯାୟୀ ସମସ୍ତ ସୋସିଆଲ ମିଡିଆ ଉପରେ ମିଡିଆ ନିୟମ ୨୦୨୨ ଲାଗୁ କରାଯିବ ।  ସୋସିଆଲ୍ ମେଡ଼ିଆ ପ୍ଲାଟଫର୍ମଗୁଡିକର ବିଷୟବସ୍ତୁ ଏବଂ ଶିଶୁମାନଙ୍କ ପାଇଁ ବିପଦପୂର୍ଣ୍ଣ କଣ୍ଟେଣ୍ଟ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବା ଉଚିତ୍ ।

author

Related Articles

Leave a Reply

Your email address will not be published. Required fields are marked *