ସ୍କିନ ପାଇଁ କ୍ଷତିକାରକ ବ୍ଲୁ ଲାଇଟ

ସ୍କିନ ପାଇଁ କ୍ଷତିକାରକ ବ୍ଲୁ ଲାଇଟ

ବ୍ଲୁ ଲାଇଟ ଆମ ଶରୀର ପାଇଁ ବେଶ କ୍ଷତିକାରକ ହୋଇଥାଏ | ଏହା ଯେ କେବଳ ଆଖି ପାଇଁ ଖରାପ ଏହା ନୁହେ ବୈଜ୍ଞାନିକଙ୍କ ତଥ୍ୟ ଅନୁସାରେ ଏହା ଆମର ସ୍କିନ ପାଇଁ ମଧ୍ୟ କ୍ଷତିକାରକ | ବର୍ତ୍ତମାନ ଆମର ଅଧିକାଂଶ ସମୟ ମୋବାଇଲ, ଲାପଟପ, ଟାବଲେଟ ଆଦିରେ କଟୁଛି | ତେବେ ଏହାର ପ୍ରଭାବ ଆମର ବିଭିନ୍ନ ଅଙ୍ଗ ଉପରେ ପଡିଥାଏ | ହେଲେ ଏହାର ପ୍ରଭାବ ସ୍କିନ ଉପରେ ପଡିବ ନେଇ ଖୁବ କମ ଲୋକ ଜାଣିଥିବେ | ଆସନ୍ତୁ ଜାଣିବା ଏହି ବିଷୟରେ | ବ୍ଲୁ ଲାଇଟ ବାହାରୁ ଥିବା ସମସ୍ତ ଗ୍ୟାଜେଟ ଯେପରି ସ୍ମାର୍ଟଫୋନ, ଟାବଲେଟ ଓ ଲାପଟପ ଆଦିରେ ହଁ ହାର୍ମଫୁଲ ରେଡ଼ିଏସନ ରହିଥାଏ |

ଏହି ହାର୍ମଫୁଲ ରେଡ଼ିଏସନ ପ୍ରଭାବରେ ଆର୍ଲଜି, ଶରୀରରେ ଜଳାପୋଡ଼ା, ଲାଲ ପଡିବା, ତ୍ୱଚ୍ଚାର ଚମକ ହ୍ରାସ ଆଦି ଦେଖିବାକୁ ମିଳିଥାଏ | ଏକ ରିସର୍ଚ୍ଚ ଅନୁସାରେ ଚୀନ ଓ ଆମେରିକାର ଲୋକମାନେ ଅଧିକ ସମୟ ଡିଜିଟାଲ ସ୍କିନକୁ ଚାହିଁ କଟାଇଥାଆନ୍ତି | ଗବେଷକଙ୍କ ମତ ଅନୁସାରେ ଯଦି ଆମେ ଦିନକୁ ଏକ ଘଣ୍ଟାରୁ ଅଧିକ ଏହି ବ୍ଲୁ ଲାଇଟରେ ରହିବା ତେବେ ଆମର ସ୍କିନ ସମ୍ପର୍କିତ ସମସ୍ୟା ଦେଖାଯିବାର ସମ୍ଭାବନା ଅଧିକ ରହିଛି | ବ୍ଲୁ ଲାଇଟ ଆମ ସ୍କିନର ଅକ୍ସିଡେଟିଭ ଡାମେଜ କରିବାର କାରଣ ହୋଇଥାଏ | ତେବେ ଏହାକୁ ବିଭିନ୍ନ ପ୍ରକାର ଟ୍ରିକ ଆପଣାଇ ସମାଧାନ କରିହେବ | ସନସ୍କ୍ରିନ ବ୍ୟବହାର କରନ୍ତୁ | ସେହିଭଳି ଯଦି କୌଣସି ଗ୍ୟାଜେଟ ଅଧିକ ସମୟ ପାଇଁ ବ୍ୟବହାର କରୁଛନ୍ତି, ତେବେ ଏହାର ନାଇଟ ମୋଡ଼ ଅନ କରନ୍ତୁ | ସେହିଭଳି ଆଣ୍ଟି ବ୍ଲୁ ଲାଇଟ ସ୍କ୍ରିନ ପ୍ରୋଟେକ୍ଟର ବ୍ୟବହାର କରନ୍ତୁ |

author

Related Articles

Leave a Reply

Your email address will not be published. Required fields are marked *