ସ୍କିନ ପାଇଁ ଡାଲିମ୍ବର ଗଜବ ଫାଇଦା…

ସ୍କିନ ପାଇଁ ଡାଲିମ୍ବର ଗଜବ ଫାଇଦା…

କଣ ଆପଣ ଡାଳିମ୍ବ ଖାଇବାକୁ ପସନ୍ଦ କରନ୍ତି କି ? ଡାଳିମ୍ବ ଆମ ସ୍କିନ ପାଇଁ କେତେ ଉପକାରୀ ଆପଣ ଜାଣନ୍ତି କି ? ଡାଳିମ୍ବ ଦେଖିବାକୁ ଯେତିକି ସୁନ୍ଦର ଏହାର ଲାଲ ଲାଲ ମଞ୍ଜି ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ହୋଇଥାଏ । ଡାଳିମ୍ବରେ ପଲିଫେନୋଲ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଭରପୁର ଥାଏ । ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ୍ , ଫାଇବରରେ ଭରପୁର ଡାଳିମ୍ବକୁ ପ୍ରତିଦିନ ଗୋଟିଏ ଲେଖାଏଁ ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟରେ ଏକ ବଡ ପରିବର୍ତନ ଆଣିପାରେ ।

ନିୟମିତ ଡାଳିମ୍ବ ଖାଇଲେ ଏହା ଉକ୍ତ ରକ୍ତଚାପ କମାଇବାରେ ସାହାଯ୍ୟ କରେ । ଶରୀରରେ ରକ୍ତ ସଞ୍ଚାଳନ ଭଲ ହୁଏ ଏବଂ ହୃଦରୋଗର ଆଶଙ୍କା କମାଏ ।

ଏଥିରେ ଥିବା ଫାଇବର ପାଚନକ୍ରିୟା ପାଇଁ ବହୁତ ଲାଭଦାୟକ । ଏହା ସହିତ ଏହା ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ । ଡାଳିମ୍ବରେ ଥିବା ପ୍ରିବାୟୋଟିକ୍ସ କୋଷ୍ଠ୍ୟକାଠିନ୍ୟ ଏବଂ ପେଟ ଫୁଲିବା ଭଳି ପାଚନ ସମସ୍ୟାର ଆଶଙ୍କା ହ୍ରାସ କରେ । ଡାଳିମ୍ବରେ ଭିଟାମିନ୍ ସି ଭରପୁର ମାତ୍ରାରେ ଥାଏ । ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ କରିବା ସହ ଏହା ସଂକ୍ରମଣ ସହିତ ଲଢିବାରେ ସାହାଯ୍ୟ କରେ । ଏହା ସହିତ ଡାଳିମ୍ବ ଖାଇବା ଦ୍ୱାରା ଏହା ଚର୍ମରେ ବାଦ୍ଧକ୍ୟ ଲକ୍ଷଣକୁ ହ୍ରାସ କରିଥାଏ । ଡାଳିମ୍ବ କୋଲୋଜେନକୁ ହ୍ରାସ କରେ ଯାହା ଚର୍ମକୁ ଚମକଦାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହା ସ୍କିନକୁ ପ୍ରୋଟେକ୍ଟ କରିବା ସହିତ ସ୍କିନକୁ ହାଇଡ୍ରେଟ ରଖିବାରେ ସହାୟକ ହୋଇଥାଏ ।

ଡାଳିମ୍ବରେ ପ୍ରାକୃତିକ ମିଠା ଥାଏ । ଏହାର ଗ୍ଲାଇସେମିକ ଇଣ୍ଡେକ୍ସ କମ ଅଛି । ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରେ । ଯାହା ଡାଇବେଟିସ ରୋଗୀଙ୍କ ପାଇଁ ଖୁବ ଉପକାରୀ ହୋଇଥାଏ । ଏହା ସହିତ ଏଥିରେ ଭରପୁର ପରିମାଣରେ ଭିଟାମିନ୍ ସି, କେ, ରହିଥାଏ ଯାହା ଶରୀର ପାଇଁ ଉପକାରୀ ହୋଇଥାଏ ।

author

Related Articles

Leave a Reply

Your email address will not be published. Required fields are marked *