ନିର୍ବାଚନୀ ପ୍ରଚାରରେ ଦୁଲୁକୁଛି ନୂଆପଡା
ବିଜେପି ନାଁରେ ସାଂଘାତିକ ଅଭିଯୋଗ ଆଣିଲା କଂଗ୍ରେସ
ଡୋର ଟୁ ଡୋର ବୁଲି ଲୋକପ୍ରିୟତା ବଢାଉଛି ବିଜେଡି
ହଁ ଦର୍ଶକବନ୍ଧୁ ରାଜ୍ୟ ରାଜନୀତିରେ ଏବେ ନୂଆପଡା ଉପନିର୍ବାଚନକୁ ନେଇ ତାତି ବଢିବାରେ ଲାଗିଛି । କେବଳ ତାତି ବଢୁନି ବରଂ ନୂଆପଡାରେ ତିନି ପ୍ରମୁଖ ରାଜନୈତିକ ଦଳମାନେ ଯେଉଁଭଳି ଭାବେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରଚାର ମଇଦାନ ମଧ୍ୟ କମ୍ପୁଛି । ଗାଁ ଗାଁରେ ତ୍ରିମୁଖୀ ଲଢେଇର ଝଲକ ଦେଖିବାକୁ ମିଳୁଛି । ନୂଆପଡା ଲଢେଇ ଜୋରଦାର ଚାଲିଥିବା ବେଳେ କିଏ ବାଜି ମାରିବ ସେନେଇ ସସପେନ୍ସ ମଧ୍ୟ ବଢିବାରେ ଲାଗିଛି । ବିଜେଡିର ବରିଷ୍ଠ ନେତା ଓ ବିଧାୟକମାନେ ନୂଆପଡା ଗସ୍ତ କରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରୁଛନ୍ତି । ସେପଟେ ବିଜେପି ତରଫରୁ ଖୋଦ ମୁଖ୍ୟମନ୍ତ୍ରୀ ବାରମ୍ୱାର ନୂଆପଡା ଯାଇ ପ୍ରଚାର କରୁଛନ୍ତି । ଖାଲି ସେତିକିନୁହେଁ ବରଂ ଗତକାଲି 8ଜଣ ମନ୍ତ୍ରୀଙ୍କୁ ନୂଆପଡାର ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି ନୂଆପଡାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ଆଦିବାସୀ ସମାଜ ପକ୍ଷରୁ ସ୍ନେହାଙ୍ଗିନୀଙ୍କୁ ସମର୍ଥନ ମିଳିଛି । ଯାହାପରେ ବିରୋଧି ଶିବିରରେ ଛନକା ପଶିଛି । ନୂଆପଡାରେ ତିନି ଦଳର କ୍ୟାମ୍ପେନରେ ନିର୍ବାଚନମଣ୍ଡଳି ଦୁଲୁକୁଥିବା ବେଳେ କଂଗ୍ରେସ ଆଣିଛି ବଡ ଅଭିଯୋଗ । ଉପନିର୍ବାଚନ ପାଇଁ ପ୍ରକାଶ ପାଇଥିବା ଚୂଡ଼ାନ୍ତ ଭୋଟର ତାଲିକାରେ ୫୦୦୦ ହଜାର ଭୋଟର ଅଧିକ ବଢ଼େଇ ଦିଆଯାଇଥିବା ଅଭିଯୋଗ କରିଛି କଂଗ୍ରେସ । ସେପଟେ ମହିଳା, ଚାଷୀ ଆଦି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରୁଛି ବିଜେଡି। ଉପନିର୍ବାଚନରେ ଜନତା ଦୃଢ଼ ଜବାବ ଦେବେ ବୋଲି କହିଛି ଦଳ। ୩୦୦ ୟୁନିଟ ମାଗଣା ବିଜୁଳି ପରି ବିଜେପିର ଅନେକ ନିର୍ବାଚନୀ ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ କଲେଣି ନୂଆପଡାବାସୀ। ବିଜେପି ଶାସନରେ ଥାଇ ମଧ୍ୟ ପ୍ରାର୍ଥୀ ପାଇଲେନି। ଓଲଟି ବିଜେଡି ପ୍ରାର୍ଥୀଙ୍କୁ ଚୋରି କରି ପ୍ରାର୍ଥୀ କଲେ। ଯାହାକୁ ନେଇ ନିଜ ଦଳରେ ଦେଖାଦେଲାଣି ଅସନ୍ତୋଷ । ଠିକ୍ ସେହିପରି ଭାରତୀୟ ଜନତା ପାର୍ଟି ନିଜର 15ମାସର ସଫଳତାକୁ ଅସ୍ତ୍ର କରି ଡୋର ଟୁ ଡୋର ବୁଲୁଛି କିନ୍ତୁ ଆସନ୍ତା ନଭେମ୍ୱର 11ରେ ଜନମତ କାହା ସପକ୍ଷରେ ଯାଉଛି ତାହା ଦେଖିବାର କଥା ।
