ସ୍ମାର୍ଟସିଟିରେ ପାଣି ପାଇଁ ହନ୍ତସନ୍ତ ଲୋକେ

ସ୍ମାର୍ଟସିଟିରେ ପାଣି ପାଇଁ ହନ୍ତସନ୍ତ ଲୋକେ

ରାଜ୍ୟରେ ତାତି ବଢୁଛି । ତାତି ବଢିବା ସାଙ୍ଗକୁ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ । ସ୍ମାର୍ଟସିଟି ରାଉରକେଲାରେ ପିଇବା ପାଣି ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶତାଧିକ ଲୋକ ।  ଦୀର୍ଘଦିନରୁ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ରାଉରକେଲା ସ୍ମାର୍ଟ ସିଟି ଗୋପବନ୍ଧୁ ପାଲିର ବସ୍ତି ବାସିନ୍ଦା । ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏହାର କୌଣସି ସମାଧାନ କରାଯାଉନାହିଁ । ଯାହା ଫଳରେ ଶତାଧିକ ବସ୍ତି ବାସିନ୍ଦା ପାନପୋଷ ୱାଟକୋ ଅଫିସ ରେ ଠୁଳ ହୋଇ ଅଫିସରେ ମାରିଥିଲେ ତାଲା । ବିଭିନ୍ନ ନାରାବାଜି ସହ କିଛି ଘଂଟା ଧରି ୱାଟକୋ ଅଫିସ କୁ ଅଚଳ କରିଦେଇଥିଲେ ଉତ୍ୟକ୍ତ ବସ୍ତି ବାସିନ୍ଦା । କେବେ ହେବ ଏହାର ସମାଧାନ ତାହା ଦେଖିବାକୁ ବାକି ।

author

Related Articles

Leave a Reply

Your email address will not be published. Required fields are marked *