ସ୍ମାର୍ଟ ସିଟିରେ ରାଜ କରିବେ ମେ ଫେୟାର ମାଲିକ !

ସ୍ମାର୍ଟ ସିଟିରେ ରାଜ କରିବେ ମେ ଫେୟାର ମାଲିକ !

ଷ୍ଟିଲ ସିଟିରେ ହେବ ବିଗ ଫାଇଟ । ମଇଦାନକୁ ଓହ୍ଲାଇଲେ ମେ ଫେୟାର ମାଲିକ । ବଦଳିବ ରାଉରକେଲାର ନିର୍ବାଚନୀ ଚିତ୍ର ।  ହଁ ଦର୍ଶକବନ୍ଧୁ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ରାଉରକେଲାରୁ ଦିଲ୍ଲୀପ ରାୟଙ୍କୁ ଟିକେଟ ମିଳିଛି । ଯେଉଁ ଦିଲ୍ଲୀପଙ୍କୁ ନେଇ ବହୁ ଚର୍ଚ୍ଚା ହେଉଥିଲା ଶେଷରେ ସମସ୍ତ ଚର୍ଚ୍ଚାର ଅନ୍ତ ଘଟାଇ ରାଉରକେଲା ବିଧାନସଭାରୁ ଦିଲ୍ଲୀପଙ୍କୁ ପ୍ରାର୍ଥୀ କରାଇଛି ଭାରତୀୟ ଜନତା ପାର୍ଟି । ଅନ୍ୟପଟେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ମନ୍ତ୍ରୀ ସାରଦା ନାୟକ । ରାଉରକେଲାରେ ହେବ ପୂର୍ବତନ ମନ୍ତ୍ରୀ ଏବଂ ବର୍ତ୍ତମାନର ମନ୍ତ୍ରୀଙ୍କ ମଧ୍ୟରେ ଲଢେଇ । ରାଉରକେଲାରୁ ତିନି ଥରର ବିଧାୟକ ହୋଇଛନ୍ତି ଦିଲ୍ଲୀପ ରାୟ । ମନ୍ତ୍ରୀ ସାରଦା ନାୟକ ମଧ୍ୟ ସେଠାରୁ ତିନି ତିନି ଥର ବିଧାୟକ ହୋଇଛନ୍ତି । ଦୁହିଁଙ୍କ ମଧ୍ୟରେ ହେବ ଜୋରଦାର ଫାଇଟ । 2014 ନିର୍ବାଚନରେ ଦିଲ୍ଲୀପ ଓ ସାରଦାଙ୍କ ମଧ୍ୟରେ ଟକ୍କର ହୋଇଥିଲା କିନ୍ତୁ ଦିଲ୍ଲୀପଙ୍କ ଉପରେ ଭରସା କରିଥିଲେ ରାଉରକେଲା ବାସୀ । କିନ୍ତୁ ଏହାପରେ କିଛି ବର୍ଷ ହେବ ରାଜନୀତିରୁ ଦୂରେଇ ରହିଥିଲେ ମେଫେୟାର ମାଲିକ । 2018ରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ । ଏହାପରେ ରାଉରକେଲାରେ ବାଜି ମାରି ନେଇଥିଲେ ବିଜେଡି ନେତା ସାରଦା ନାୟକ । ତେବେ ଏବେ ହେବ ବରାବର ଲଢେଇ । ସାରଦା ବନାମ ଦିଲ୍ଲୀପ ରାୟ । ରାଜ୍ୟରେ ସୃଦୁଢ ହେଉଛି ବିଜେପି । ବିଜେଡି ଛାଡି ବିଜେପିରେ ମିଶୁଛନ୍ତି ବିଧାୟକଠୁ ସାଂସଦ । ଏହା ଭିତରେ ବିଜେଡି ପାଇଁ ରାଉରକେଲା ଗଡ ଜିତିବା ହୁଏତ ସହଜ ନ ହୋଇପାରେ । ରାଜନୀତି ମଇଦାନରେ ଦିଲ୍ଲୀପ ରାୟ ପକ୍କା ଖେଳାଳି ସାଙ୍ଗକୁ ବେଶ ଅଭିଜ୍ଞ । ସେପଟେ ସାରଦା ନାୟକ ମଧ୍ୟ ବିଜେଡି ପାୱାରେ ପାୱାରଫୁଲ । ଆଗାମୀ ସାଧାରଣ ନିର୍ବାଚନରେ କଣ ହେବ ରାଉରକେଲାର ରାଜନୈତିକ ଗଣିତ ତାହା ତ ସମୟ କହିବ । କିଏ କରିବ ସ୍ମାର୍ଟ ସିଟିରେ ରାଜ୍ ଦିଲ୍ଲୀପ ରାୟ ନା ସାରଦା ନାୟକ ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *