ସ୍ୱଚ୍ଛତା ପାଇଁ ଘଣ୍ଚାଟିଏ,ଦେଶ ଆଜି ପାଳୁଛି ସ୍ୱଚ୍ଛତା ହିଁ ସେବା ଅଭିଯାନ

ସ୍ୱଚ୍ଛତା ପାଇଁ ଘଣ୍ଚାଟିଏ,ଦେଶ ଆଜି ପାଳୁଛି ସ୍ୱଚ୍ଛତା ହିଁ ସେବା ଅଭିଯାନ

ସ୍ୱଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି ଅବସରରେ ଆଜି ଦେଶ ପାଳୁଛି ସ୍ୱଚ୍ଛତା ହିଁ ସେବା ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ସ୍ୱଚ୍ଛତା ପାଇଁ ୧ ଘଣ୍ଟା ସାମୂହିକ ଶ୍ରମଦାନ କରିଛନ୍ତି ସାଧାରଣ ଜନତା । ଦେଶର ୬ ଲକ୍ଷ ୪୦ହଜାର ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହା ମଧ୍ୟରେ ୨୨ ହଜାର ବଜାର,୩୫ ହଜାର ଅଙ୍ଗନବାଡି, , ୭ ହଜାର ବସ୍ ଷ୍ଟାଣ୍ଡ, ୧ ହଜାର ଗୋଶାଳା ରହିଛି ।

ନିଜ ନିଜ ଅଞ୍ଚଳରେ ସ୍ୱଚ୍ଛତା ରକ୍ଷା ପାଇଁ ଘଣ୍ଟାଏ ଶ୍ରମଦାନ କରିବାକୁ ଦେଶବାସୀଙ୍କୁ ମନ୍ କି ବାତ୍ରେ ଅପିଲ କରିଥିଲେ ପ୍ରଧାନମନ୍ତ୍ରୀ । ମନ କି ବାତ ଦ୍ୱାରା ନିଜ ଅଞ୍ଚଳର କିଛି କିଛି ସ୍ଥାନକୁ ସଫା କରିବାକୁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆଜି ଅହମ୍ମଦାବାଦରେ ଏହି ଅଭିଯାନରେ ସାମିଲ ହୋଇଥିଲେ ଗୃହମନ୍ତ୍ରୀ ଅମିତ ଶାହ । ସାମିଲ ହେବା ସହ ହାତରେ ଝାଡୁ ଧରି ସଫା କରିଥିଲେ ସାହା । ଆହୁରି ମଧ୍ୟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେପଟେ ଭୁବନେଶ୍ୱରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଖଣ୍ଡଗିରିଠାରେ ସଫେଇ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସାମିଲ ହୋଇଥିଲେ । ସମସ୍ତ ସାମିଲ ହୋଇ ଏକାଠି ସଫେଇ କାର୍ଯ୍ୟ କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *