ସ୍ୱାଧୀନ ପ୍ରାର୍ଥୀ ହେବେ ସମୀର ଦାସ !

ସ୍ୱାଧୀନ ପ୍ରାର୍ଥୀ ହେବେ ସମୀର ଦାସ !

ବିଧାୟକ ସମୀର ଦାସଙ୍କୁ ନେଇ ସରଗରମ ହେଉଛି ନିମାପଡା ରାଜନୀତି । ସମୀରଙ୍କ ଟିକେଟ୍ କଟିବା ପରେ ଏବେ ସମୀର ନିଜ ସମର୍ଥକଙ୍କୁ ନେଇ ମେଳି କରିବା ଆରମ୍ଭ କରିଦେଇଛନ୍ତି । ଟିକେଟ୍ ନେଇ ପୁନଃବିଚାର କରାଯାଉ ବୋଲି ପୂର୍ବରୁ କହିଆସୁଥିଲେ ସମୀର । ଏବେ କିନ୍ତୁ ବିଜେଡିକୁ ଚେତାବନୀ ଦେଇଛନ୍ତି । ୩୦ ତାରିଖ ସୁଦ୍ଧା ସମୀରଙ୍କୁ ଟିକେଟ୍ ନେଇ ପୁନଃବିଚାର ନକଲେ ବିଜେଡିରୁ ସମୂହ ଇସ୍ତଫା ଦେଇ ସମୀର ସ୍ୱାଧୀନ ପ୍ରାର୍ଥୀ ହେବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ସମୀର ମଧ୍ୟ ଏହାକୁ ପରୋକ୍ଷରେ ସମର୍ଥନ ଜଣାଇଛନ୍ତି । ତେବେ ନିମାପଡାରେ ଏ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସମୀର ଦାଶଙ୍କ ସମେତ ନିମାପଡା ବ୍ଲକ ଅଧ୍ୟକ୍ଷ ଅଶୋକ ସାହୁ, ନିମାପଡା ନଗର ବିଜେଡି ସଭାପତି ଜୀବନାନନ୍ଦ ମହାପାତ୍ର, ନିମାପଡା ଓ ଗୋପର ୪୬ଟି ପଂଚାୟତର ବିଜେଡି ସଭାପତି, ନିମାପଡା ଘଇଉର ୧୧ଟି ୱାର୍ଡର ବିଜେଡି ସଭାପତି ଓ ଦଳର ଅନ୍ୟାନ୍ୟ କାର‌୍ୟ୍ୟକାର୍ତ୍ତା ମାନେ ଏହି ବୈଠକରେ ଯୋଗଦେଇଥିଲେ ।

author

Related Articles

Leave a Reply

Your email address will not be published. Required fields are marked *