ସ୍ୱାଧୀନ ପ୍ରାର୍ଥୀ ହେଲେ କାଳୁ ଖଣ୍ଡାୟତରାୟ !

ସ୍ୱାଧୀନ ପ୍ରାର୍ଥୀ ହେଲେ କାଳୁ ଖଣ୍ଡାୟତରାୟ !

ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ହେଉଛି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ । କିନ୍ତୁ ଏଠାରେ ଏବେ ରାଜନୀତିର ମାହୋଲ ସବୁଠୁ ଗରମ ରହିଛି । ଏହି ଆସନରେ କିଏ ପ୍ରାର୍ଥୀ ହେବେ , କାହାକୁ ଟିକେଟ୍ ମିଳିବ ସେନେଇ ଯେଉଁ କଳ୍ପନା ଜଳ୍ପନା ଲାଗି ରହିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ଟାଣି ବିଜେଡି ଏବଂ ବିଜେପି ଉଭୟ ନିଜ ନିଜ ପ୍ରାର୍ଥୀ ଘୋଷଣା କରିଛନ୍ତି । କିନ୍ତୁ ବିଜେପି ପ୍ରାର୍ଥୀଙ୍କୁ ନେଇ ଏଠାରେ ହଟ୍ଟଗୋଳ ଆରମ୍ଭ ହୋଇଛି । ଦୁଇଜଣ ଦାବିଦାର କାଳୁ ଖଣ୍ଡାୟତରାୟ ଏବଂ ପ୍ରଶାନ୍ତ ଜଗଦ୍ଦେବଙ୍କ ମଧ୍ୟରୁ ଦଳ ପ୍ରଶାନ୍ତଙ୍କୁ ଏହି ଆସନ ପାଇଁ ଟିକେଟ୍ ଦେଇଛି । ଯାହା ପରେ କାଳୁଙ୍କ ଦୀର୍ଘ ଦିନର ଆଶା ପାଣି ଫୋଟକା ପରି ମିଳାଇ ଯାଇଛି । ତେବେ ନିଜ ଦଳୀୟ କର୍ମୀଙ୍କ ଏଭଳି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିବା ସହିତ ଅସନ୍ତୋଷର ନିଆଁରେ କୁହୁଳୁଛନ୍ତି କାଳୁ । ନିଜ ଶହ ଶହ ସମର୍ଥକଙ୍କୁ ନେଇ ମଳିପଡାରେ ବିଶାଳ ସମାବେଶ କରିବା ସହିତ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଏହା ସହ ଅପରାଜିତା ଷଡଙ୍ଗୀଙ୍କ ଉପରେ ବର୍ଷିବା ସହିତ ଟିକେଟ କଟିବା ପଛର ରହସ୍ୟ ସେ ସମସ୍ତଙ୍କ ସାମ୍ନାରେ ଖୋଲିଦେଇଛନ୍ତି । ଟିକେଟ ପାଇଁ ଦଳ ତାଙ୍କୁ ୨ କୋଟି ଟଙ୍କା ମାଗିଥିବା ଏବଂ ଏଥିପାଇଁ ହି ତାଙ୍କ ଟିକେଟ୍ କଟିଥିବା ସେ ସମସ୍ତଙ୍କ ସାମ୍ନାରେ କହିଥିଲେ । ଏହା ସହ ପ୍ରଶାନ୍ତ ଜଗଦେବ ଏବଂ ବିଜେପିର ସାଂସଦ ପ୍ରାର୍ଥୀଙ୍କୁ ଏଥର ହରାଇବା ପାଇଁ ସେ ନିଜର ସମସ୍ତ ବଳ ଲଗାଇଦେବେ ବୋଲି ଘୋଷଣା କରିଛନ୍ତି । ଅନ୍ୟପଟେ ନିଜ ଦଳରୁ ମୁହଁ ଫେରାଇ ଏଥର ସେ ସ୍ୱାଧୀନ ପ୍ରାର୍ଥୀ ହୋଇ ଲଢିବେ ଏବଂ ଜିତିବେ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି । ତେବେ ଖୋର୍ଦ୍ଧାରେ କାଳୁଙ୍କ ସଙ୍ଗଠନ ମଜବୁତ ଥିବାରୁ ଏହାର ପ୍ରଭାବ ପ୍ରଶାନ୍ତଙ୍କ ଭୋଟବ୍ୟାଙ୍କ ଉପରେ ପଡିପାରେ ବୋଲି ଆଲୋଚନା ଜୋର ଧରିଲାଣି । ତେବେ ଦେଖାଯାଉ ବିଜେପି କାଳୁଙ୍କ ବିରୁଦ୍ଧରେ ଯେଉଁ ନିଷ୍ପତ୍ତି ନେଇଛି ତାହା କେତେ ପ୍ରଭାବକାରୀ ହେଉଛି ଏବଂ ଖୋର୍ଦ୍ଧାରେ କାହା ପଲା ଭାରୀ ରହୁଛି ।

author

Related Articles

Leave a Reply

Your email address will not be published. Required fields are marked *