ସ୍ୱାଧୀନ ପ୍ରାର୍ଥୀ ହୋଇ ଲଢିବେ ଖାରବେଳ

ସ୍ୱାଧୀନ ପ୍ରାର୍ଥୀ ହୋଇ ଲଢିବେ ଖାରବେଳ

ନିର୍ବାଚନ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରାଜ୍ୟ ବିଜେପି । 18ଟି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇସାରିଛି । ବାଲେଶ୍ୱରରୁ ପୁଣିଥରେ ପ୍ରତାପ ଷଡଙ୍ଗୀଙ୍କ ନାଁ ଘୋଷଣା ହେବା ପରେ ସାମ୍ୱାଦିକ ସମ୍ମିଳନୀ କରି କହିଛନ୍ତି ବାଲେଶ୍ୱରରୁ ସ୍ୱାଧୀନ ଭାବେ ଲଢିବେ ଖାରବେଳ ସ୍ୱାଇଁ । କହିଛନ୍ତି, ବାଜପେୟୀଙ୍କ ଫଟୋ ରଖି ଭୋଟ୍ ମାଗିବେ । ବିଜେପିର ବିକାଶ କଥା କହି ଲୋକଙ୍କ ପାଖକୁ ଯିବେ । କିନ୍ତୁ ସେ ଦଳରୁ ଇସ୍ତଫା ଦେବେ ନାହିଁ ବୋଲି ମଧ୍ୟ କହିଛନ୍ତି । ଗତଥର ଖାରବେଳ ସ୍ୱାଇଁ କନ୍ଧମାଳ ଲୋକସଭା ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ଏଥର ବାଲେଶ୍ୱର ଲୋକସଭା ଆସନ ପାଇଁ ଖାରବେଳ ଆଶାୟୀ ଥିଲେ । କିନ୍ତୁ ଗତକାଲି ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ଖାରବେଳଙ୍କର ନାଁ ନଥିଲା । ପ୍ରାର୍ଥୀ ତାଲିକା ଆସିବା ପରେ ଖାରବେଳ ସ୍ୱାଧୀନ ଭାବେ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *