ସ୍ୱାମୀଙ୍କ ପରକୀୟା ପ୍ରୀତି ନେଇଗଲା ମଧୁଙ୍କ ଜୀବନ

ସ୍ୱାମୀଙ୍କ ପରକୀୟା ପ୍ରୀତି ନେଇଗଲା ମଧୁଙ୍କ ଜୀବନ

କାନ୍ଦି କାନ୍ଦି ଚିତ୍କାର କରି ଜୀବନ ହାରିଲେ ମହିଳା ସାମ୍ୱାଦିକା । ସାମ୍ୱାଦିକା ହେଲେ ମଧ୍ୟ ଆଜି ସେ ନିଜେ ଭାଙ୍ଗିପଡିଲେ । ମଧୁମିତା ଭୁବନେଶ୍ୱରରେ ରହି ସାମ୍ୱାଦିକତା ଭାବେ କାର୍ଯ୍ୟ କରୁଥିଲେ ଏବଂ ତାଙ୍କ ଘର ଗଞ୍ଜାମରେ । ନିଜର ମାଆଙ୍କୁ ଭୁଲ ମାଗି ସେ ନିଜର ଜୀବନ ହାରିଦେଇଛନ୍ତି । ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ମହିଳା ସାମ୍ୱାଦିକା ଜଣକ ଟ୍ରେନ ଆଗକୁ ଡେଇଁ ପଡିଲେ । ଆଶ୍ଚଯ୍ୟ ଲାଗୁଥିଲେ ବି କଥାଟା ସତ ବିବାହକୁ ମାତ୍ର କେଇଟା ମାସ ବିତିଛି ନିଜର ସ୍ୱାମୀଙ୍କ ସହିତ ସୁଖର ଜୀବନ ବିତାଇବା ବଦଳରେ ସ୍ୱାମୀର ଅସଲ ରୂପ ଜାଣିବା ପରେ ଆଜି ସେ ନିଜର ଜୀବନ ହାରିଦେଇଛନ୍ତି । କାନ୍ଦି କାନ୍ଦି କହିଥିଲେ ମୁଁ ଗୋଟେ ଏମିତିକା ମଣିଷକୁ ଭୁଲରେ ବାହା ହୋଇଗଲି ପାଞ୍ଚ ମାସ ବିତିନି ସୋ ମୋ ହାତ ଛାଡିଦେବ କହୁଛି ।  ମୁଁ ଆଉ ବଞ୍ଚିବାକୁ ଚାହୁଁନି ମମି । ମୋତେ କ୍ଷମା କରିଦେବ । ଏତିକି କହି ଟ୍ରେନ ଲାଇନକୁ ଡେଇଁ ନିଜର ଜୀବନ ହାରିଦେଲେ ସାମ୍ୱାଦିକା ମଧୁମିତା ପରିଡା । ସ୍ୱାମୀଙ୍କର ପରକୀୟା ପ୍ରୀତି ଆଜି ମଧୁମିତାଙ୍କ ଜୀବନ ନେଇଯାଇଛି । ତେବେ ମଧୁମିତାଙ୍କ ଦେହାନ୍ତ ପରେ ତାଙ୍କ ସ୍ୱାମୀ ମୁହଁ ଖୋଲିଛନ୍ତି ଏବଂ ସେ କହିଛନ୍ତି କି ଅନ୍ୟ କୌଣସି ଝିଅଙ୍କ ସହିତ ତାଙ୍କର ସମ୍ପର୍କ ନଥିଲା ସ କେବଳ ଡିଭର୍ସ କଥା କହିଥିଲେ । ଅନ୍ୟପଟେ ମଧୁମିତାଙ୍କ ଦେହାନ୍ତ ପାଇଁ ଭଉଣୀ ଓ ବାପା ତାଙ୍କ ସ୍ୱାମୀଙ୍କୁ ଦାୟୀ କରୁଥିବା ବେଳେ ବର୍ତ୍ତମାନ କେବଳ ପୋଲିସ ତଦନ୍ତର ଅପେକ୍ଷା ରହିଲା । ମଧୁମିତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ମଧୁମିତାଙ୍କୁ କି ନ୍ୟାୟ ମିଳିବ ।

author

Related Articles

Leave a Reply

Your email address will not be published. Required fields are marked *