ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଆଶ୍ରମରେ ମନ୍ତ୍ରୀ କୃଷ୍ଣ ପାତ୍ର

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଆଶ୍ରମରେ ମନ୍ତ୍ରୀ କୃଷ୍ଣ ପାତ୍ର

ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମ ଥର ଆସି ପହଞ୍ଚିଛନ୍ତି କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକ ସ୍ଥିତ ଜଳେଶପଟା ସ୍ଵାମୀ ଲକ୍ଷ୍ମଣା ନନ୍ଦ ସଂସ୍କୃତ କନ୍ୟାଶ୍ରମ ରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଟ ଚନ୍ଦ୍ର ପାତ୍ର । ଆଶ୍ରମ ରେ ପହଞ୍ଚି ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣା ନନ୍ଦଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟ ପ୍ରଦାନ କରିବା ସହ ସ୍ମୃତି ଚାରଣ କରିଥିଲେ ।କିଭଳି ସ୍ଵାମୀ ଜୀ ଙ୍କୁ ହତ୍ୟା କରଯାଇଥିଲା ଏକ କୋଠୋରୀ ମଧ୍ୟରେ ତାହା ଦେଖିଥିଲେ । ଏହା ସହ ସ୍ଵାମୀ ଜୀ ଙ୍କ ବଳିଦାନ ବ୍ୟର୍ଥ ଜୀବ ନାହିଁ ବୋଲି କହିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଟ ଚନ୍ଦ୍ର ପାତ୍ର କହିଥିଲେ । ଏହା ପରେ ସ୍ଵାମୀ ଲକ୍ଷ୍ମଣା ନନ୍ଦ ସଂସ୍କୃତ କନ୍ୟାଶ୍ରମ ର ଅଧକ୍ଷ ସ୍ଵାମୀ ମୁକ୍ତା ନନ୍ଦା ପୁରୀ ମହାରାଜ ଓ ଅନ୍ତେବାସୀ ଙ୍କ ସହ ଆଲୋଚନା କରିଥିଲେ । ପୂର୍ବରୁ ଏଠାକାର ଅନ୍ତେବାସୀ ଙ୍କ ପାଇଁ ସରକାରଙ୍କ ପକ୍ଷରୁ ଚାଉଳ ଯୋଗାଇ ଦିଆଯାଉଥିବା ବେଳେ ୨୦୧୯ ମସିହାରୁ ଏହି ଆଶ୍ରମକୁ ଚାଉଳ ଯୋଗାଣ ବନ୍ଦ କରାଇ ଦିଆଯାଇଥିବା ଆଶ୍ରମ ଅଧକ୍ଷ ସ୍ଵାମୀ ମୁକ୍ତା ନନ୍ଦ ପୁରୀ ମହାରାଜ ପ୍ରକାଶ କରିଥିଲେ । ଏହା ପରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର ଖୁବ ଶୀଘ୍ର ଆଶ୍ରମ ରେ ପଢୁଥିବା ଛାତ୍ରୀ ମାନଙ୍କ ପାଇଁ ଚାଉଳ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ମନ୍ତ୍ରୀଙ୍କୁ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା ରେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ଓ ଦଳୀୟ କାର୍ଯ୍ୟ କର୍ତ୍ତା ସ୍ଵାଗତ କରି ଆଶ୍ରମ କୁ ଆଣିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *