ମୋହନ ସରକାରରେ ସ୍ୱାସ୍ଥ୍ୟସେବା ପାଇଁ ବି ହନ୍ତସନ୍ତ ରାଜ୍ୟବାସୀ । ସରକାରୀ ହସ୍ପିଟାଲରେ ବି ନାହିଁ ସୁବିଧା , କାହା ପାଖକୁ ଯିବେ ସାଧାରଣ ଜନତା । ହଁ ଦର୍ଶକବନ୍ଧୁ, ସରକାରୀ ହସ୍ପିଟାଲରେ ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କୁ ଚିକିତ୍ସା ମିଳୁପାରୁନି ସେଠାରେ ସାଧାରଣ ଜନତାଙ୍କ ସ୍ଥିତି କଣ ରହିଛି ତାହା ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଏକ ବର୍ଷ ହେବ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସ୍ୱାସ୍ଥ୍ୟ ବିଭାଗର କେଉଁ ବିକାଶ କରିଛନ୍ତି ନା କେବଳ ଦୁର୍ନୀତି କରି ଟଙ୍କା ହରିଲୁଟ୍ କରିଛନ୍ତି ତାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । େତେବେ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ଯାଇଥିବା ବେଳେ ସେଠାରେ ସେ ଚିକିତ୍ସା ପାଇପାରିନଥିଲେ । ଫଳରେ ନିରାଶ ହୋଇ ଅନ୍ୟ ସ୍ଥାନରେ ଚିକିତ୍ସିତ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ହୋଇଥିବାରୁ ତାଙ୍କୁ ତୁରନ୍ତ ଅନ୍ୟ ସ୍ଥାନରେ ଚିକିତ୍ସା ମିଳିଗଲା । କିନ୍ତୁ ସାଧାରଣ ଜନତାଙ୍କ କ୍ଷେତ୍ରରେ ଏପରି ହେଉଥିବା ଦେଖିବାକୁ ମିଳୁନି ।
ନା ମାଗଣା ଆମ୍ବୁଲାନ୍ସ ସେବା ମିିଳିପାରୁଛି ନା ସ୍ୱାସ୍ଥ୍ୟ କେନ୍ଦ୍ରରେ ବେଡ୍ ମିଳିପାରୁଛି । ଫଳରେ ମାହାମାରୀ ସମୟରେ ବି ତଳେ ଚିକିତ୍ସିତ ହେଉଛନ୍ତି ଲୋକେ । ଖାଲି ସେତିକି ମେଡିକାଲରେ ବି ଦୁର୍ନୀତି ହେଉଥିବା , ଡାକ୍ତରଙ୍କ ମନମୁଖୀ ଶାସନ ଚାଲୁଥିବା ଖବର ସାମ୍ନାକୁ ଆସୁଛି । ସରକାରଙ୍କ ଚାପରେ ମୃତକଙ୍କୁ ବି ଜୀବିତ କରାଇ ୩ ଦିନ ପଯ୍ୟନ୍ତ ଲୁଚାଇ ରଖାଯାଉଛି । ଏବଂ ରାତିରାତି ହସ୍ପିଟାଲ ପଛପଟେ ମୃତ ଶରୀରକୁ ନିଆଯାଉଛି । ଆଉ ଏଥିରୁ ମୋହନ ସରକାରରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇବା ବି ରାଜାବାସୀଙ୍କ ଭାଗ୍ୟରେ ନଥିବା କୁହାଯାଉଛି । କିନ୍ତୁ ଏପଟେ ନିଜ ବିଭାଗ କଥା କଣ ବୁଝିବେ ଓଲଟା ନବୀନଙ୍କୁ ସମାଲୋଚନା କରିବାରେ ବ୍ୟସ୍ତ ରହୁଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ନିଜ ବିଭାଗ ଛାଡି ଶିକ୍ଷା ବିଭାଗ ସମ୍ପର୍କରେ ବୟାନବାଜି କରିବା ସହିତ ନବୀନଙ୍କୁ ନିଜ ଭୁଲ ଗଣାଉଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଯାହା ମନ୍ତ୍ରୀଙ୍କ ଅଡୁଆକୁ ଆହୁରି ବଢାଉଛି ।
ତେବେ ପୂର୍ବ ସରକାରରେ ରାଜ୍ୟବାସୀ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ପାଉଥିଲେ । ଉଭୟ ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ଚିକିତ୍ସା ପାଉଥିଲେ । କିନ୍ତୁ ବର୍ତମାନର ମୋହନ ସରକାରରେ ସେତକ ବି ତାଙ୍କ ଭାଗ୍ୟରେ ନାହିଁ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି ।
