ହଜି ଯାଉଛନ୍ତି ଛାତ୍ର !

ହଜି ଯାଉଛନ୍ତି ଛାତ୍ର !

ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱପ୍ନର ସହର ଥିବା ରାଜସ୍ଥାନ ଏବେ ସେମାନଙ୍କ ପାଇଁ କାଳ ସାଜିଛି । ରାଜସ୍ଥାନ କୋଟାରେ ଆତ୍ମହତ୍ୟା ମାମଲା ବଢୁଥିବା ବେଳେ ଏବେ ନିଖୋଜ ମାମଲା ମଧ୍ୟ ସାମ୍ନାକୁ ଆସିଛି । ଏପରିକି କୋଟା ପୋଲିସ ନିଖୋଜ ଛାତ୍ରଙ୍କୁ ଖୋଜିବାରେ ବିଫଳ ହେଉଛନ୍ତି । ଉତ୍ତରପ୍ରଦେଶ ବୁଲନ୍ଦ ସହର ନିବାସୀ ପିୟୁସ କପାସିଆ ବିଗତ କିଛିଦିନ ହେବ ନିଖୋଜ ଅଛନ୍ତି । ଗତ ଦୁଇ ବର୍ଷଧରି ସେ କୋଟାରେ ଜେଇଇ ମେନସ ପାଇଁ ପ୍ରସ୍ତୁତି ଚଳାଇଥିଲେ । ସେହିପରି ଆଉ ଜଣେ ଛାତ୍ର ଯୁବରାଜ ମଧ୍ୟ ଗତ ଶନିବାରଠୁ ନିଖୋଜ ଅଛନ୍ତି । ସେ କୋଟାରେ ରହି ନିଟ୍ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । କିନ୍ତୁ ନିଖୋଜ ହେବାର ୩ ଦିନ ବିତିଯାଇଥିଲେ ମଧ୍ୟ ଏପ ଯ୍ୟନ୍ତ ପୋଲିସ ହାତରେ କିଛି ବି ତଥ୍ୟ ମିଳିପାରିନାହିଁ । ଯାହା ଏବେ ପୋଲିସ ଙ୍କ ସମେତ ଅଭିଭାବକଙ୍କର ମୁଣ୍ଡବ୍ୟଥା ପାଲଟିଛି ।

author

Related Articles

Leave a Reply

Your email address will not be published. Required fields are marked *