ହଟିବେ ସମୀର ରାଜ୍ୟସଭା ଯିବେ ସୁଜିତ !

ହଟିବେ ସମୀର ରାଜ୍ୟସଭା ଯିବେ ସୁଜିତ !

ଗୋଟି ଗୋଟି କରି ବିଜେଡିର ରାଜ୍ୟସଭା ସାଂସଦଙ୍କୁ ଶିକାର କରୁଛି ଭାରତୀୟ ଜନତା ପାର୍ଟି । ଖାଲି ଶିକାର ନୁହେଁ ବରଂ କ୍ଷମତାର ଲୋଭ ଦେଖାଇ ନିଜ ଅକ୍ତିଆରରେ ରଖିଛି । ପ୍ରଥମେ ମମତା ମହନ୍ତଙ୍କୁ ନିଜ ଆଡକୁ ଆଣିବା ଏବଂ ପୁଣିଥରେ ରାଜ୍ୟସଭା ପଠାଇ ନିଜ ହାତ ମୁଠାରେ ରଖିଛି ବିଜେପି । ତେବେ ଚର୍ଚ୍ଚା ବର୍ତ୍ତମାନ ବିଜେଡିରୁ ବିଜେପିକୁ ଡିଆଁ ମାରିଥିବା ସୁଜିତ କୁମାରଙ୍କୁ ନେଇ ଏବେ କି ନିଷ୍ପତ୍ତି ନେବେ ମୋହନ ସରକାର । କାହିଁକିନା ରାଜ୍ୟସଭା ରେସରେ ରହିଛନ୍ତି ବିଜେପିର ତୁଙ୍ଗ ନେତା । ମନମୋହନ ସାମଲଙ୍କ ଠାରୁ ଆରମ୍ଭ କରି ଯେ ବିଜେପିର ପାୱାର ଫୁଲ ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାସ ମଧ୍ୟ ରାଜ୍ୟସଭା ଯିବା ପାଇଁ ଅନାଇ ବସିଛନ୍ତି । କିନ୍ତୁ ପାର୍ଟି ଅଫିସରେ ଏମାନଙ୍କୁ ନେଇ ଚାଲିଛି ମାନସମନ୍ଥନ । ବିଜେପିର ରାଜ୍ୟସଭାପତି ମନମୋହନ ସମାଲଙ୍କୁ ଚଳିତ ସାଧାରଣ ନିର୍ବାଚନରେ ବିଧାନସଭା ଟିକେଟ ମିଳିଥିଲେ ସୁଦ୍ଧା ସେ ହାରିଯାଇଥିଲେ । କିନ୍ତୁ ଶେଷ ମୁହୁର୍ତ୍ତରେ ବିଜେପିରେ ସାମିଲ ହୋଇ ପ୍ରଭାତିଙ୍କ ହାତ ଧରି ନିମାପଡାରେ ପଦ୍ମ ଫୁଟାଇବାରେ ସଫଳ ହୋଇଥିଲେ ସମୀର । ଦଳ ପାଇଁ ଏତେ ସବୁ କରିବା ପରେ ମଧ୍ୟ ଏବେ ପର୍ଯ୍ୟନ୍ତ ତାଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିନାହିଁ । ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ କମ ଦେଖିବାକୁ ମିଳୁଛି । ଅନ୍ୟପଟେ ବର୍ତ୍ତମାନ ରାଜ୍ୟସଭାକୁ ଯିଏ ବି ନିର୍ବାଚିତ ହେବେ ସେମାନଙ୍କ କାର୍ଯ୍ୟକାଳ ମାତ୍ର ଅଢେଇ ବର୍ଷ ରହିବ ତେଣୁ ବିଜେପିର ତୁଙ୍ଗ ନେତା ମାନେ ଅଢେଇ ବର୍ଷ ପାଇଁ ରାଜ୍ୟସଭାକୁ ନିର୍ବାଚିତ ହେବାକୁ ନାପସନ୍ଦ କରୁଥିବା କଥା ଉପର ମହଲାରୁ ସୂଚନା ମିଳୁଛି । ଏ କ୍ଷେତ୍ରରେ ମମତାଙ୍କ ପରି ସୁଜିତ ମଧ୍ୟ ରିପିଟ ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଏଥର ଯଦି ରାଜ୍ୟସଭା ପଦବୀ ମିଳିବ ଦଳ ଉପରେ ଖପ୍ପା ହୋଇପାରନ୍ତି ସମୀର ସେ ଚର୍ଚ୍ଚା ମଧ୍ୟ ହେଉଛି । ତେବେ ରାଜ୍ୟସଭାକୁ ନେଇ ହରଡଘଣାରେ ପଡିଥିବା ବିଜେପି ଆଗାମୀ ଦିନରେ କେଉଁ ରଣନୀତି ଖେଳିବ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *