ହରଡଘଣାରେ ଅପରାଜିତା ମ୍ୟାଡାମ !

ହରଡଘଣାରେ ଅପରାଜିତା ମ୍ୟାଡାମ !

ଦର୍ଶକବନ୍ଧୁ ହରଡଘଣାରେ ପଡିଛନ୍ତି ଭୁବନେଶ୍ୱରର ସାଂସଦ ପ୍ରାର୍ଥିନୀ ଅପରାଜିତା ମ୍ୟାଡାମ । ତାଙ୍କର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛନ୍ତି ତାଙ୍କ ନିଜ ଲୋକ । ଆଜିକା ଦିନରେ ସୋସିଆଲ ପେଜରେ ଜଣେ ଆଗଧାଡିର ନେତ୍ରୀ ହେଉଛନ୍ତି ମ୍ୟାଡାମ ଅପରାଜିତା । ଯିଏକି ଦିନେ ରାଜନୀତି ମଇଦାନକୁ ନୂଆ ନୂଆ ଆସିଥିଲ, ଆଉ ତାଙ୍କୁ ଆଗକୁ ନେବାରେ ସାହାର୍ଯ୍ୟ କରିଥିଲେ ଅନେକ ଯୁବ ନେତା । ସେମାନଙ୍କୁ ଅନେକ ଆଶା ମଧ୍ୟ ଦେଇଥିଲେ ଏହି ନେତ୍ରୀ । ପ୍ରଥମେ ଯଦି କହିବା ଦେବାଶିଷ ନାୟକ ତଥା ଜିମ ବାପିଙ୍କ କଥା । ପ୍ରଥମେ ସେ ସାଂସଦ ମ୍ୟାଡାମଙ୍କ ବେଶ ଘନିଷ୍ଠ ଥିଲେ,ଏବଂ ତାଙ୍କ ବଡି ଗାର୍ଡ ପରି ତାଙ୍କ ପାଖେ ପାଖେ ରହୁଥିଲେ କିନ୍ତୁ ସାଂସଦ ହେବା ପରେ ଭୁଲିଯାଇଥିଲେ ଏହି ନେତାଙ୍କୁ । ଦ୍ୱିତୀୟରେ ଯଦି କହିବା ଅଖିଳ ପଟ୍ଟନାୟକ ଯେ କି ଅପରାଜିତାଙ୍କ ଜଣେ ବିଗ ସପୋର୍ଟର ଥିଲେ ଏବଂ ଦିନେ ନିଜ ପୁଅଠାରୁ ଅଧିକ ସ୍ନେହ ଆଦର କରୁଥିବା ସାଂସଦ ଅପରାଜିତା ମ୍ୟାଡମ କିପରି ପରିବର୍ତ୍ତନ ହୋଇଗଲେ। ନିଜ ଶରୀର ଡାହାଣ ହାତ ବାମହାତ ଭାବୁଥିବା ଯୁବନେତା ତଥା ଓଲିଉଡ ଆଗଧାଡିର ଅଭିନେତା ଅଖିଳ ପଟ୍ଟନାୟକଙ୍କୁ ହଠାତ କିପରି ଅଲଗା କରି ଦୁରେଇଗଲେ । ଶେଷରେ ରହିଛନ୍ତି ବିଜେପିରୁ ଖୋର୍ଦ୍ଧା ବିଧାନସଭା ପାଇଁ ଟିକେଟ ଆଶାୟୀ ଥିବା କାଳୁ ଖଣ୍ଡାୟତ ରାୟ । ସେ ମଧ୍ୟ ଅପରାଜିତାଙ୍କୁ ନିର୍ବାଚନ ସମୟରେ ବେଶ ସପୋର୍ଟ କରୁଥିଲେ । ହେଲେ ତାଙ୍କୁ ଟିକେଟ ମିଳିଲାନି ଯେଉଁଥିପାଇଁ ଅପରାଜିତାଙ୍କ ଉପରେ ଖପ୍ପା ହୋଇ ରହିଛନ୍ତି । ତେବେ ପ୍ରଶ୍ନ ଉଠୁଛି ପଦପଦବୀ ପାଇଲା ପରେ କିପରି ଭୁଲି ଯାଉଛନ୍ତି ବିଜୟ ପାଇଁ ମଙ୍ଗ ଧରିଥିବା ସେଇ ତୃଣମୂଳ ସ୍ତରର ଯୁବ ନେତାଙ୍କୁ । ନିର୍ବାଚନ ପୂର୍ବରୁ ଖୋଲୁଛି ଅପରାଜିତାଙ୍କ ଗୁମର । ତେବେ ଏପରି କଥା ଦେଇ କଥା ରଖୁନଥିବା ନେତାଙ୍କର କଣ ହେବ ଆଗାମୀ ଭବିଷ୍ୟତ ।

author

Related Articles

Leave a Reply

Your email address will not be published. Required fields are marked *