ହରଡଘଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ !

ହରଡଘଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ !

କେଜ୍ରିୱାଲଙ୍କୁ ପୁଣି ସମନ୍ କଲା ଇଡି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଥରେ ସମନ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାକୁ ମିଶାଇ ୪ ଥର ସମନ୍ ଜାରି କରିସାରିଲାଣି ଇଡି । ପୂର୍ବରୁ ତିନି ତିନି ଥର ସମନ୍ ପାଇଥିଲେ ବି ହାଜର ହୋଇନାହାଁନ୍ତି ଆପ୍ ମୁଖ୍ୟ । ଏବେ ପୁଣି ଇଡି ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଜାନୁଆରୀ ୧୮ ତାରିଖ ପୂବରୁ ତାଙ୍କୁ ହାଜର ଇଡି ଅଫିସରେ ହାଜର ହେବାକୁ ସମନ୍ ଜାରି କରାଯାଇଛି । ପ୍ରଥମ ଏବଂ ଦ୍ୱିତୀୟ ସମନ୍ ବେଳେ କେଜ୍ର୍ରିିୱାଲ ନିବାଚନ କାମରେ ବ୍ୟସ୍ତ ଥିବା କହି ସମନ୍ କୁ ଏଡାଇ ଦେଇଥିଲେ । କିନ୍ତୁ ତୃତୀୟ ଥର ସମନ୍ ପରେ ଆପ୍ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଥିଲା । କେଜ୍ରିୱାଲଙ୍କୁ ଇଡି ସମନ୍ ବେଆଇନ୍ ଏବଂ ଜାଣିଶୁଣି ତାଙ୍କୁ ହଇରାଣ କରାଯାଉଥିବା ଦଳ କହିଥିଲା । ମୋଦୀ ସରକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ହାତବାରିସି କରି ବିରୋଧୀଙ୍କୁ ହଇରାଣ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଥିଲା । ତେବେ ଆଗାମୀ ନିବାଚନ ପାଇଁ ଆସନ୍ତା ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ କେଜ୍ରିୱାଲ ଗୋଆ ଗସ୍ତରେ ରହିବେ ବୋଲି ସୂଚନା ମିଳିଛି । ରାଜ୍ୟସଭା ସିଟ୍ ପାଇଁ ୧୯ ତାରିଖରେ ଭୋଟ୍ ପଡୁଥିବାରୁ ଦଳର ମୁଖ୍ୟ ହିସାବରେ ପ୍ରାର୍ଥୀଙ୍କ ପାଇଁ ସେ ପ୍ରଚାର କରିବେ ବୋଲି ଜଣାପଡିଛି । ଏହାବାଦ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଆସନ୍ତା ସାଧାରଣତନ୍ତ୍ର ଦିବସ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଏବଂ ତାର ତଦାରଖ କରିବା ତାଙ୍କ ଦାୟିତ୍ୱ ବୋଲି କେଜ୍ରିୱାଲ କହିଛନ୍ତି। ତେଣୁ ସେ ଚତୁର୍ଥ ଥର ବି ଇଡି ସମ୍ମୁଖରେ ହାଜର ହୋଇ ନ ପାରନ୍ତି ବୋଲି ସ୍ପଷ୍ଟ ସୂଚନା ମିଳୁଛି। ତେବେ ଏଥର ଇଡି ସମ୍ମୁଖରେ ହାଜର ନ ହେଲେ କେଜ୍ରିୱାଲଙ୍କ ଅଡ଼ୁଆ ବଢ଼ି ଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏଥର ଇଡି ନ୍ୟାୟାଳୟ ଦ୍ୱାରସ୍ଥ ହୋଇ ପାରେ ବୋଲି ଶୁଣିବାକୁ ମିଳୁଛି।

author

Related Articles

Leave a Reply

Your email address will not be published. Required fields are marked *