ହଲରେ ଧମାଲ କରୁଛି ଫିଲ୍ମ ‘ଜୱାନ’

ହଲରେ ଧମାଲ କରୁଛି ଫିଲ୍ମ ‘ଜୱାନ’


ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ଜୱାନ’ । ବଲିଉଡର କିଙ୍ଗ ଖାନଙ୍କୁ ବଡ ପରଦାରେ ଦେଖିବାକୁ ପ୍ରଶଂସକଙ୍କ ମଧ୍ୟରେ ଖୁବ ଉତ୍ସହ ଦେଖିବାକୁ ମିଳିଛି । ଫିଲ୍ମରେ ଶାହରୁଖ ଖାନ ଓ ନୈନତାର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମଟି ରିଲିଜ ହେବା ବହୁ ପୂର୍ବରୁ ହଲରେ ଆଡଭାନ୍ସ ବୁକିଂ ହୋଇସାରିଥିଲା । ଫାଷ୍ଟ ଡେ ଫାଷ୍ଟ ଶୋ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଖୁବ ଉତ୍ସବ ଭରି ରହିଛି । ଫିଲ୍ମଟି ଭଲ ବ୍ୟବସାୟ କରିବ ସହ ଦର୍ଶକଙ୍କ ମନକୁ ଛୁଇଁ ପାରିବ ବୋଲି ନିର୍ଦ୍ଦେଶକ ମହଲରୁ ଆଶା ରଖାଯାଇଛି ।
ତେବେ ଫିଲ୍ମଟି ଭାରତର ସମସ୍ତ ହଲରେ ଆରମ୍ଭ ହେବା ପୂର୍ବରୁ ପ୍ରଶଂସକ ମାନେ କିଙ୍ଗ ଖାନଙ୍କ ଫିଲ୍ମ ଦେଖିବା ପାଇଁ ଉତ୍ସାହିତ ଥିବା ସହ ଡିଜେ ବଜାଇ ଡ୍ୟାନ୍ସ ମଧ୍ୟ କରିଥିଲେ । ଦେଖିବାକୁ ମିଳିଛି ଫିଲ୍ମକୁ ଦେଖିବା ପାଇଁ ହଲରେ ଟିକେଟ ମଧ୍ୟ ମିଳୁନି । ତେବେ ଫିଲ୍ମରେ କିଙ୍ଗ ଖାନଙ୍କ ଦମଦାର ଅଭିନୟ ଦର୍ଶକ ମହଲରୁ ଖୁବ ପ୍ରଶଂସା ସାଉଁଟୁଛି । ଟଲିଉଡ ସୁନ୍ଦରୀ ନାୟିକା ନୈନତାରଙ୍କୁ ଦେଖିବାକୁ ମଧ୍ୟ ଦର୍ଶକ ଉତ୍ସାହିତ ଅଛନ୍ତି । ତେବେ ଆଡଭାନ୍ସ ବୁକିଂରେ ଫିଲ୍ମଟି ଭଲ ବ୍ୟବସାୟ କରିଥିଲା ଏବେ ଦେଖିବାକୁ ବାକି ରହିଲା ଦର୍ଶକଙ୍କୁ ଫିଲ୍ମଟି କି ପ୍ରଭାବ ପକାଉଛି ।

author

Related Articles

Leave a Reply

Your email address will not be published. Required fields are marked *