ହଳଦି ପାଣି ପିଅନ୍ତୁ, ସୁସ୍ଥ ରୁହନ୍ତୁ

ହଳଦି ପାଣି ପିଅନ୍ତୁ, ସୁସ୍ଥ ରୁହନ୍ତୁ

ପ୍ରାୟତଃ ଆମେ ଖାଦ୍ୟ ରାନ୍ଧିବା ସମୟରେ ହଳଦିର ବ୍ୟବହାର କରିଥାଉ । କେବଳ ଖାଦ୍ୟର ରଙ୍ଗ ଓ ସ୍ୱାଦକୁ ବଢାଇବା ହଳଦିର କାମ ନୁହେଁ । ଏହାର ବହୁ ଔଷଧିୟ ଗୁଣ ରହିଛି ଯାହାଦ୍ୱାରା ଅନେକ ଫାଇଦା ମିଳିଥାଏ ।  ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା । ନିୟମିତ ସକାଳୁ ଏକ କପ ହଳଦି ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ହଳଦିରେ ଆଇରନ,କପର,ଫାଇବର,ଭିଟାମିନ ସି ପରି ପ୍ରୋଟିନ ରହିଛି ।

ହଳଦି ପାଣି ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ଫଳରେ ଅନେକ ପ୍ରକାର ସଂକ୍ରାମକ ରୋଗରୁ ମୁକ୍ତି ମିଳିଥାଏ । ତ୍ୱଚା ପାଇଁ ମଧ୍ୟ ବେଶ ଉପକାରୀ ଅଟେ। ହଳଦି ଦ୍ୱାରା ପାଚନ କ୍ରିୟା ଠିକ୍ ହୋଇଥାଏ ଏବଂ ମଧୁମେହ ରୋଗୀଙ୍କ ପାଇଁ ବିଶଲ୍ୟକରଣୀ ସଦୃଶ ଅଟେ ।

author

Related Articles

Leave a Reply

Your email address will not be published. Required fields are marked *