ହସ୍ପିଟାଲରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ହସ୍ପିଟାଲରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ବିଗିଡିଲା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସ୍ୱାସ୍ଥ୍ୟବସ୍ଥା । ପାଟନାସ୍ଥିତ ଏକ ହସ୍ପିଟାଲରେ ନୀତୀଶଙ୍କ ଚିକିତ୍ସା ଚାଲିଥିବା ସୂଚନା ମିଳିଛି । ତେବେ ଶନିବାର ସକାଳୁ ନୀତୀଶ ନିଜ ବାମ ହାତରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅର୍ଥୋପେଡିକ୍ ବିଭାଗରେ ତାଙ୍କ ଚିକିତ୍ସା ଚାଲିଥିବା ଜଣାପଡିଛି ।

ତେବେ ଲୋକସଭା ନିର୍ବାଚନକୁ ନେଇ ଗତ କିଛି ଦିନ ହେବ ନୀତୀଶ କୁମାର ବେଶ୍ ବ୍ୟସ୍ତ ଥିଲେ। ଲଗାତର ସେ ନିର୍ବାଚନ ପ୍ରଚାର ପ୍ରସାର କରୁଥିଲେ। ନିର୍ବାଚନ ଫଳାଫଳ ପରେ ସେ ଦିଲ୍ଲୀରେ ଏନଡିଏ ସରକାର ଗଠନ ପାଇଁ ଦଳର ନେତାଙ୍କ ସହ ନିରନ୍ତର ବୈଠକ କରିଥିଲେ। ଏହା ବ୍ୟତୀତ ସେ ବିହାରର କାର‌୍ୟ୍ୟରେ ମଧ୍ୟ ବହୁତ ସକ୍ରିୟ ଥିବା ଦେଖିବାକୁ ମିଳିଥିଲା। ଗତ ଦୁଇ ଦିନ ଧରି ସେ ଦଳୀୟ ନେତାଙ୍କ ସହ ବୈଠକ କରିଆସୁଥିଲେ। ପ୍ରଥମେ ଏହା ଅଧିକାରୀଙ୍କ ସହ ଓ ତା’ପରେ ପରଦିନ କ୍ୟାବିନେଟ ବୈଠକ ଡାକିଲେ। ଏହି ପ୍ରସଙ୍ଗରେ ନୀତୀଶ କୁମାରଙ୍କୁ ଆରାମ କରିବାକୁ ସମୟ ମିଳିନଥିଲା। ଏଥିଲାଗି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିବା କୁହାଯାଉଛି।

author

Related Articles

Leave a Reply

Your email address will not be published. Required fields are marked *