ହସ୍ପିଟାଲରେ ଭର୍ତ୍ତି ହେଲେ ଅଣ୍ଡର ୱାଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍‌

ହସ୍ପିଟାଲରେ ଭର୍ତ୍ତି ହେଲେ ମୁମ୍ବାଇର ମୋଷ୍ଟ ୱାଣ୍ଟେଡ ଅଣ୍ଡର ୱାଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ । ଗୁରୁତର ଅବସ୍ଥାରେ ତାଙ୍କୁ ପାକିସ୍ତାନର କରାଚୀସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ବିଷକ୍ରିୟା ଯୋଗୁଁ ଦାଉଦଙ୍କ ଏପରି ଅବସ୍ଥା ହୋଇଥିବା ଆଲୋଚନା ହେଉଛି । ଏହା ସହ ସେ ଗୁରୁତର ରୋଗରେ ପୀଡିତ ଥିବା ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଏସମ୍ପର୍କରେ ଅଫିସିଆଲି କିଛି ସୂଚନା ମିଳିନି ।

ପ୍ରାୟ ୨ ଦିନ ହେବ ଦାଉଦ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି । ତେବେ କିଏ ଓ କାହିଁକି ଦାଉଦଙ୍କୁ ବିଷ ଦେଇଛି , ଏହା ପଛରେ ହତ୍ୟା ଉଦ୍ଦେଶ୍ୟ ରହିଛି ନା ଆଉ କିଛି ଷଡଯନ୍ତ୍ର ତା ଉପରୁ ପରଦା ହଟିନି । ତେବେ ଦାଉଦ ବହୁ ଗୁରୁତର ରୋଗରେ ପୀଡିତ ଥିବା ଜଣାପଡିଛି । ତେବେ କେଉଁ କାରଣରୁ ସେ ହସ୍ପିଚାଲରେ ଭର୍ତ୍ତି ହୋଇଛନ୍ତି ସେନେଇ ସ୍ପଷ୍ଟ ସୂଚନା ମିଳି ପାରୁନାହିଁ ।

author

Related Articles

Leave a Reply

Your email address will not be published. Required fields are marked *