ହସ୍ପିଟାଲରେ ସିଗାରେଟ ଟାଣୁଥିଲେ ଜେଡିୟୁ ବିଧାୟକ…

ହସ୍ପିଟାଲରେ ସିଗାରେଟ ଟାଣୁଥିଲେ ଜେଡିୟୁ ବିଧାୟକ…

ହସ୍ପିଟାଲରେ ସିଗାରେଟ ଟାଣୁଥିଲେ ଜେଡିୟୁ ବିଧାୟକ, ଭାଇରାଲ ହେଲା ଭିଡିଓ । ନିଜ ଦଳର ବିଧାୟକଙ୍କ ଭାଇରାଲ ଭିଡିଓ ପାଇଁ ପୁଣି ଚାରିଆଡୁ ନିନ୍ଦା ସାଉଁଟିଲେ ବିହାରର ନୀତୀଶ ସରକାର । ହଁ ଆଜ୍ଞା, ବିହାରର ଶାସକ ଦଳ ଜେଡିୟୁର ବିଧାୟକ ଅନନ୍ତ ସିଂହ ଏକ ହସ୍ପିଟାଲ ଭିତରେ ସିଗାରେଟ ଟାଣୁଥିବା ଭିଡିଓ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେଉଛି । ଶାସକ ଦଳର ବିଧାୟକଙ୍କ ଏପରି ଆଚରଣକୁ ନେଇ ଚାରିଆଡୁ ତୀବ୍ର ନିନ୍ଦା ବି କରାଯାଉଛି । ତେବେ ଏହି ଭିଡିଓଟି ପାଟନାର ଇନ୍ଦିରାଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସରେ ରେକର୍ଡ କରାଯାଇଛି । ବିଧାୟକ ଅନନ୍ତ ସିଂହଙ୍କୁ ବେଉର ଜେଲରେ ରଖାଯାଇଥିବାରୁ ତାଙ୍କ ଡାକ୍ତରୀ ମାଇନା ପରୀକ୍ଷା ପାଇଁ ତାଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା । କିନ୍ତୁ ଏହି ସମୟରେ ସେ ହସ୍ପିଟାଲ ଭିତରେ ରାଜକୀୟ ଢଙ୍ଗରେ ଚାଲିକି ଯିବା ସହ ସିଗାରେଟ ଟାଣୁଥିବା ଦେଖିବାକୁ ମିଳିଛି । ତେବେ ଏହି ଭାଇରାଲ ଭିଡିଓକୁ ନେଇ ସୋସିଆଲ ମିଡିଆ ୟୁଜର୍ସଙ୍କ ସହ ବିରୋଧୀ ଦଳର ନେତା ତୀବ୍ର ସମାଲୋଚନା କରିଛନ୍ତି ।

ଆରଜେଡି ମୁଖପାତ୍ର ପ୍ରିୟଙ୍କା ଭାରତୀ ନୀତୀଶ କୁମାରଙ୍କ ନେତୃତ୍ବାଧୀନ ସରକାରକୁ କଟାକ୍ଷ କରି ଏକ୍ସରେ ଏହି ଭିଡିଓଟି ସେୟାର କରିଛନ୍ତି । ଅନନ୍ତ ସିଂହ ଧୂଆଁରେ ସୁଶାସନକୁ ଉଡାଇ ଦେଉଛନ୍ତି କହି କଟାକ୍ଷ କରିବା ସହିତ ନୀତୀଶଙ୍କ ଲାଲିତ ଖଳନାୟକ ହସ୍ପିଟାଲରେ ସିଗାରେଟ ପିଇ ରିଲ୍ ତିଆରି କରୁଥିବା କହି ତୀବ୍ର ସମାଲୋଚନା କରିଛନ୍ତି ।

ତେବେ ବିଧାୟକ ଅନନ୍ତ ସିଂହଙ୍କୁ ଜନସୁରରାଜ ଦଳର ସମର୍ଥକ ଜନ ସୁରରାଜ ଦଳର ସମର୍ଥକ ଦୁଲାର ଚାନ୍ଦ ଯାଦବଙ୍କ ହତ୍ୟା ମାମଲାରେ ବିହାରରେ ମତଦାନ ପୂର୍ବରୁ ଗିରଫ କରାଯାଇଥିଲା। ଗିରଫ ହେବା ସତ୍ତ୍ୱେ, ସେ ମୋକାମା ନିର୍ବାଚନମଣ୍ଡଳୀରୁ 2025 ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ବିଜୟୀ ହୋଇଥିଲେ।

ତେବେ ବିଧାୟକ ଅନନ୍ତ ସିଂହଙ୍କ ବିରୋଧରେ ଅନେକ ପ୍ରକାର ଅଭିଯୋଗ ରହିଛି । ମର୍ଡର, କିଡନାପିଙ୍ଗ ଠାରୁ ଆରମ୍ଭ କରି ଜମି ହଡପ ଆଦି ସାଙ୍ଘାତିକ ଅଭିଯୋଗ ରହିଛି। ତଥାପି ବିହାର ନିର୍ବାଚନରେ ଜିତି ପୁଣି ଥରେ ବିଧାୟକ ପଦରେ ସ୍ଥାନିତ ହୋଇଛନ୍ତି ଅନନ୍ତ ସିଂହ । ଆଉ ଏଥିରୁ ଜେଡିୟୁ କେଉଁ ଭଳି ନେତାଙ୍କୁ କ୍ଷମତାରେ ବସାଉଛି ଏବଂ ବିହାରର ଭବିଷ୍ୟତ କାହିଁକି ଅନ୍ଧକାରକୁ ଠେଲି ହୋଇଯାଉଛି ତାହା ସ୍ପଷ୍ଟ ପ୍ରମାଣିତ ହେଉଛି ।

administrator

Related Articles

Leave a Reply

Your email address will not be published. Required fields are marked *