ନବୀନଙ୍କ ସୋସିଆଲ ମିଡିଆ ପୋଷ୍ଟ ଓଡିଶା ବାସୀଙ୍କ ଆଖିରେ ଧାର ଧାର ଲୁହ । ହଠାତ୍ ନିଜର ଏକ୍ସ ଆକାଉଣ୍ଟରେ ଏମିତି ଲେଖିଲେ ନବୀନ ଚିନ୍ତାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହଁ ଦର୍ଶକବନ୍ଧୁ ଆସନ୍ତା 22 ତାରିଖରେ ମୁମ୍ୱାଇ ଗସ୍ତରେ ଯିବେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ବିରୋଧି ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ଭଲନଥିବା ସୂଚନା ଦେଇଛନ୍ତି ଖୋଦ ନବୀନ ପଟ୍ଟନାୟକ । ନବୀନ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚଳିତ ମାସ ୨୨ ତାରିଖରେ ମୁମ୍ବାଇ ସ୍ଥିତ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭାଇକାଲ୍ ଆର୍ଥରାଇଟିସ୍ ସମ୍ବନ୍ଧୀୟ ଚିକିତ୍ସା କରାଇବାକୁ ମୁଁ ମୁମ୍ବାଇ ଯାଉଛି । ମୋର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ଏହା ତତ୍ୱାବଧାନ କରୁଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଶୀର୍ବାଦ ଏବଂ ମୋର ପ୍ରିୟ ଓଡ଼ିଶାବାସୀଙ୍କ ଶୁଭେଚ୍ଛାକୁ ସାଥିରେ ନେଇ ମୁଁ ମୁମ୍ବାଇ ଯାଉଛି । ଶୀଘ୍ର ସୁସ୍ଥ ହୋଇ ପୁଣିଥରେ ଆପଣମାନଙ୍କ ସେବା ପାଇଁ ଓଡ଼ିଶା ଫେରି ଆସିବି । ନବୀନଙ୍କ ଏପରି ପୋଷ୍ଟ ପରେ ତାଙ୍କର ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ମୁଖ୍ୟମନ୍ତ୍ରୀ ନିଜ ଏକ୍ସ ପ୍ଲାଟଫର୍ମରେ କହିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ଖବର ଶୁଣି ସେ ଚିନ୍ତିତ । ସେ ଶୀଘ୍ର ଆରୋଗ୍ୟ ହେବା ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ବରଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶ୍ରୀଜଗନ୍ନାଥଙ୍କ ନିକଟରେ ନବୀନ ପଟ୍ଟନାୟକଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ।
ତେବେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତିରେ ବିଜେଡିର ପିଏସି ଟିମ ଦଳର ସମସ୍ତ କାର୍ଯ୍ୟକଳାପକୁ ତଦାରଖ କରିବ । ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ହାତରେ ଦଳର ଦାୟିତ୍ୱ ଦେଇ ମୁମ୍ୱାଇ ଗସ୍ତରେ ଯିବେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ।