ହସ୍ପିଟାଲ ବେଡରେ ଥାଇ ସୁଲତାଙ୍କ ଚେତାବନୀ…

ହସ୍ପିଟାଲ ବେଡରେ ଥାଇ ସୁଲତାଙ୍କ ଚେତାବନୀ…

ହସ୍ପିଟାଲ ବେଡରେ ଥାଇ ମୋହନଙ୍କୁ ଚେତାଇ ଦେଲେ ସୁଲତା । ଡିସଚାର୍ଜ ହେବା ପରେ କାହାରିକୁ ଛାଡିବେନି ବିଜେଡି ସାଂସଦ । ବାଲେଶ୍ୱର ଏଫଏମ ୟୁନିଭର୍ସିଟି ଛାତ୍ରୀ ମୃତ୍ୟୁ ମାମଲାରେ ନ୍ୟାୟ ଦାବି ନେଇ ବିଜେଡି ପକ୍ଷରୁ ଲୋକସେବା ଭବନ ଘେରାଉ ଏବଂ ଆନ୍ଦୋଳନ କରିବା ସମୟରେ ଆନ୍ଦୋଳନକାରୀଙ୍କୁ ଯେଉଁଭଳି ଆକ୍ରମଣ କରାଯାଇଥିଲା ସେଥିରେ ଅନେକ ବିଜେଡି ନେତା ଏବଂ କର୍ମୀ ଗୁରୁତର ଆହତ ହୋଇଛନ୍ତି । ହସ୍ପିଟାଲ ବେଡରେ ଚିକିତ୍ସିତ ହେଉଛନ୍ତି । ଏପରିକି କିଛି ବିଜେଡି ନେତାଙ୍କ ସ୍ଥିତି ସଙ୍ଗୀନ ରହିଛି । ଏହି କ୍ରମରେ ବିଜେଡି ରାଜ୍ୟ ସଭା ସାଂସଦ ସୁଲତା ଦେଓ ମଧ୍ୟ ଏଭଳି ଅମାନୁଷିକ ଆକ୍ରମଣର ଶିକାର ହୋଇଛନ୍ତିା ପୋଲିସ ମାଡ କରିଥିବା ରବର ବୁଲେଟ ବାଜିବାରୁ ସୁଲତାଙ୍କ ସ୍ଥିତି ସଙ୍ଗୀନ ରହିଛି । ଦୁଇ ଦିନ ହେବ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ଏପଟେ ରବର ବୁଲେଟ୍ ମାଡ କରାଯାଇନଥିବା ବଡ ବୟାନ ଦେଇଛନ୍ତି ପୋଲିସ କମିଶନର । ପାଣି ଏବଂ ଲୁହବୁହା ଗ୍ୟାସ ମାଡ କରାଯାଇଥିବା ପୋଲିସ ସ୍ୱୀକାର କରିଥିବା ବେଳେ ରବର ଗୁଳି ମାଡ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଯାହାକୁ ବିରୋଧୀ ନିନ୍ଦା କରିଛନ୍ତି । ତେବେ ସୁଲତାଙ୍କ ପରି ଅନ୍ୟ ବିଜେଡି ନେତା ଏବଂ କର୍ମୀ ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ସୁଲତା ହସ୍ପିଟାଲ ବେଡରେ ଥାଇ କାହାରିକୁ ଛାଡିବେନି ବୋଲି ଚେତାବନୀ ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *