ହସ୍ପିଟାଲ ବେଡରେ ମହେଶ୍ୱର ମହାନ୍ତି

ହସ୍ପିଟାଲ ବେଡରେ ମହେଶ୍ୱର ମହାନ୍ତି

ଅସୁସ୍ଥତା ହେତୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି । ଗୁରୁତର ଅସୁସ୍ଥ ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ସେ ପୁରୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସଂଧ୍ୟାରେ ସେ ବଡ଼ଶଙ୍ଖ ଗଜଲକ୍ଷ୍ମୀ ପୂଜା କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ଫେରିବା ପରେ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କ ଦେହ ହାତ ଥରିବା ଆରମ୍ଭ କରିଥିଲା । ଏହା ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ମହେଶ୍ୱର ମହାନ୍ତି ପ୍ରତି ମାସେ କି ଦୁଇ ମାସରେ ଥରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଯାଇ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଥାନ୍ତି । ପୂର୍ବରୁ ଆଉ ଥରେ ମଧ୍ୟ ଅସୁସ୍ଥତା ହେତୁ ଡାକ୍ତରଖାନା ଯାଇଥିଲେ ।

author

Related Articles

Leave a Reply

Your email address will not be published. Required fields are marked *