ହାତ ଛାଡ଼ି ଧନୁ ତୀର ଧରିଲେ କେନ୍ଦ୍ରମନ୍ତ୍ରୀ ମିଲିନ୍ଦ ଦେଓରା

ହାତ ଛାଡ଼ି ଧନୁ ତୀର ଧରିଲେ କେନ୍ଦ୍ରମନ୍ତ୍ରୀ ମିଲିନ୍ଦ ଦେଓରା

ହାତ ଛାଡି ଏକନାଥ ସିନ୍ଦେଙ୍କ ଧନୁ ତୀର ଧରିଲେ ପୂର୍ବତନ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ମିଲିନ୍ଦ ଦେଓରା। ଆଜି ସକାଳୁ କଂଗ୍ରେସରୁ ଇସ୍ତଫା ଦେଇଥିବା ମିଲିନ୍ଦ ସିନ୍ଦେ ଗ୍ରୁପର ଶିବ ସେନାରେ ସାମିଲ ହୋଇଛନ୍ତି। ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଏହି ସମୟରେ ଶିବ ସେନା ପକ୍ଷରୁ ତାଙ୍କୁ ଗେରୁଆ ରଙ୍ଗର ବାନା ମଧ୍ୟ ଭେଟି ଦିଆଯାଇଛି। ଭାରତ ଯୋଡୋ ନ୍ୟାୟ ଯାତ୍ରା ଠିକ୍ ଆରମ୍ଭ ହେବା ପୂର୍ବରୁ ଆଜି ସକାଳୁ କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ ମିଲିନ୍ଦ ଦେଓରା। ପୂର୍ବରୁ ସେ ଶିବସେନାରେ ସାମିଲ ହେବେ ବୋଲି ମଧ୍ୟ କୁହାଯାଉଥିଲା। ଶିବ ସେନାରେ ଯୋଗଦେବା ପରେ ମିଲିନ୍ଦ ଦେଓରା କହିଛନ୍ତି ଯେ ‘ଆଜି ମୋ ପାଇଁ ଏକ ଭାବପ୍ରବଣ ଦିନ। ମୁଁ ଭାବୁଥିଲି ଯେ, ମୁଁ କେବେ କଂଗ୍ରେସର ହାତ ଛାଡିବି ନାହିଁ। କଂଗ୍ରେସ ଏବଂ ମୋର ୫୫ବର୍ଷର ସମ୍ପର୍କ ଥିଲା, କିନ୍ତୁ ଆଜି ମୁଁ ଏହାକୁ ଛିନ୍ନ କରୁଛି।’

author

Related Articles

Leave a Reply

Your email address will not be published. Required fields are marked *