ହାତ ଧରିବେ ଭିନେଶ ଫୋଗାଟ !

ହାତ ଧରିବେ ଭିନେଶ ଫୋଗାଟ !

ପୁଣି ଚର୍ଚ୍ଚାରେ କୁସ୍ତି ଖେଳାଳି ଭିନେଶ ଫୋଗାଟ । ଖୁବଶୀଘ୍ର ଭିନେଶ ରାଜନୀତିରେ ପାଦ ଥାପିବା ନେଇ ବଢିଲା ଆଶଙ୍କା । ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିର ମାହୋଲ ସରଗରମ ରହିଛି । ଆଉ ଏହି ସମୟରେ କୁସ୍ତି ଖେଳାଳି ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆଙ୍କୁ ନେଇ ଏଭଳି କିଛି ଖବର ସାମ୍ନାକୁ ଆସିଛି । ଉଭୟ କୁସ୍ତି ଯୋଦ୍ଧା ନିର୍ବାଚନ ପ୍ରାର୍ଥୀ ଘୋଷଣା ପୂର୍ବରୁ ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିବାର ସୂଚନା ମିଳିଛି । ଯାହାକୁ ନେଇ ଆକଳନ କରାଯାଉଛି କି ଭିନେଶ ଫୋଗାଟ କଂଗ୍ରେସ ଟିକେଟରେ ହରିୟାଣ ବିଧାନସଭା ନିର୍ବାଚନକୁ ଓହ୍ଲାଇପାରନ୍ତି ବୋଲି । ତେବେ ଏ ଚର୍ଚ୍ଚା ଦିନରୁ ଚାଲିଛି । କିନ୍ତୁ ଏବେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଏହି ଆଶଙ୍କା ବଢି ବଢି ଚାଲିଛି ।

author

Related Articles

Leave a Reply

Your email address will not be published. Required fields are marked *