କଂଗ୍ରେସ ହାତ ଧରିଲେ ଅଭିନେତା ମନୋଜ ମିଶ୍ର । ଓଡ଼ିଶାରେ ଆଞ୍ଚଳିକତାବାଦ ସହ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଭେଦଭାବ ଅଭିଯୋଗ ଆଣି ଚର୍ଚ୍ଚାରେ ଥିବା ଅଭିନେତା ମନୋଜ ମିଶ୍ର ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗଦେଇଛନ୍ତି ମନୋଜ ମିଶ୍ର। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ, ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରମୁଖ ଏହି ସମୟରେ ଉପସ୍ଥିତ ଥିଲେ।
ଅଭିନେତା ମନୋଜ ମିଶ୍ରଙ୍କୁ କିଛି ପ୍ରଯୋଜକଙ୍କ ବାସନ୍ଦ ପ୍ରସଙ୍ଗକୁ ନେଇ ବଢ଼ିଥିଲା ବିବାଦ। ଏହି ବିବାଦରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ ଏଣ୍ଟ୍ରି ମାରିବା ସହ ମନୋଜଙ୍କ ସପକ୍ଷରେ ମତ ରଖିବା ସହ ବାସନ୍ଦ ପ୍ରତ୍ୟାହାର ନ ହେଲେ ଓଡ଼ିଶା ଦୁଇ ଭାଗ ହୋଇଯିବ ବୋଲି ପୂର୍ବରୁ ମତ ରଖିଥିଲେ।