ହାତ ଧରିଲେ ଦେବାଶିଷ ନାୟକ

ହାତ ଧରିଲେ ଦେବାଶିଷ ନାୟକ

ହାତ ଧରିଲେ ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ । ବିଜେପିରୁ ଇସ୍ତଫା ଦେଇ ଏବେ ସେ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି । ତେବେ ଟିକେଟ ପାଇଁ ପ୍ରଥମେ ଶଙ୍ଖ ଛାଡି ଥିଲେ ଦେବାଶିଷ । ଶଙ୍ଖ ଶିବିର ଛାଡି ପଦ୍ମ ଶିବିରରେ ପାଦ ଥାପିଥିଲେ । କିନ୍ତୁ ସେଠାରୁ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଲା । ଯାହା ପରେ ଏବେ ସେ କଂଗ୍ରେସର ହାତ ଧରିଛନ୍ତି । ତେବେ ବିଜେପିରୁ ଟିକେଟ କଟିବା ପରେ ସେ ସ୍ୱାଧୀନ ପ୍ରାର୍ଥୀ ହୋଇ ଲଢିବେ ବୋଲି ଘୋଷଣା କରିଥିଲେ । କିନ୍ତୁ ଏବେ ସେ କଂଗ୍ରେସର ହାତ ଧରିଛନ୍ତି । ତେବେ ଦେଖାଯାଉ ଦେବାଶିଷଙ୍କୁ ଦଳ କେଉଁ ଆସନର ଦାୟିତ୍ୱ ଦେଉଛି ।

author

Related Articles

Leave a Reply

Your email address will not be published. Required fields are marked *