ପୁଣି ପଛରେ ପଡିଲେ ମୋହନ ହାରିକି ବି ଜିତିଗଲେ ନବୀନ । ମୋହନଙ୍କୁ ଛାଡି ନବୀନଙ୍କୁ ମିଳିଲା ଭୂୟସୀ ପ୍ରଶଂସା । ପ୍ରଂଶସାରେ ପୋତି ପକାଇଲେ ବିଶିଷ୍ଟ ସାମ୍ବାଦିକ ତଥା ଉପସ୍ଥାପକ ସୁମିତ୍ ଅୱସ୍ତି । ହଁ ଆଜ୍ଞା, ଓଡିଶା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅବଦାନ କଣ ତାହା ତ ଆମେ ସମସ୍ତେ ଜାଣିଛେ । କିନ୍ତୁ ତାଙ୍କର ଏହି ଅବଦାନ ପାଇଁ ଆଜି ଓଡିଶା ବାହାରେ ମଧ୍ୟ ସେ ପ୍ରଶଂସାର ପାତ୍ର ସାଜିଛନ୍ତି । ତେବେ ଓଡିଶାର କଳା ସଂସ୍କୃତି ସହ ଓଡିଶାର ବାତ୍ୟା ପରିଚାଳନାକୁ ନେଇ ସବୁଆଡେ ପ୍ରଶଂସା କରାଯାଉଛି । ନବୀନଙ୍କ ଜିରୋ କାଜୁଆଲିଟି ଫର୍ମୁଲା ପାଇଁ ଓଡିଶାକୁ ଯେତେ ବଡ ବାତ୍ୟା ଆସିଲେ ବି ଲୋକ ସୁରକ୍ଷିତ ରହୁଛନ୍ତି କିଛି ସମସ୍ୟା ଉପୁଜୁନଥିବାରୁ ତାଙ୍କର ଏହ ିଫର୍ମୁଲାକୁ ଏବଂ ନବୀନଙ୍କ ଏହି ଦୂର ଦୃଷ୍ଟିକୁ ସମସ୍ତଙ୍କ ବା ବା ମିଳୁଛି । ତେବେ ସୁମିତ୍ ନିଜ ଟ୍ୱିଟ ଯୋଗେ ଏହା ଉଲ୍ଲେଖ କରିଛନ୍ତି ଯେ, ବାତ୍ୟା ସଙ୍କଟ ବେଳେ କିପରି ଏହାର ମୁକାବିଲା କରାଯାଇପାରିବ ସେନେଇ ନବୀନଙ୍କ ଭିଜନ ଆଜି ବାଟ ଦେଖାଇଛି । ପ୍ରଥମେ ଭବିଷ୍ୟତବାଣୀ, ପରେ ବାତ୍ୟାର ଗତିପଥ, ତୀବ୍ରତା, ପ୍ରଭାବିତ ହେବାକୁ ଥିବା ଅଞ୍ଚଳ , ଲୋକଙ୍କୁ କିପରି ସ୍ଥାନାନ୍ତର କରାଯିବ, ଖାଦ୍ୟପେୟ, ଔଷଧ ଇତ୍ୟାଦିର ବ୍ୟବସ୍ଥା କରାଯିବ ତାହା କେବଳ ନବୀନଙ୍କ ଦୂରଦୃଷ୍ଟିର ପରିଣାମ ବୋଲି ନିଜ ଟ୍ୱିଟରେ ଲେଖିଛନ୍ତି ସୁମିତ୍ । ଏହା ସହ ଏସବୁ ସଠିକ୍ ଯୋଜନା ଏବଂ ଟିମ୍ ୱାର୍କ ର ଫଳ ବୋଲି ସେ କହିଛନ୍ତି । ଆଉ ତାଙ୍କର ଏହି ପୋଷ୍ଟକୁ ସୋସିଆଲ ମିଡିଆ ୟୁଜର୍ସ ଖୁବ ପସନ୍ଦ କରିବା ସହ ବିଜେଡି ନେତାମାନେ ତାଙ୍କର ଏହି ଟ୍ୱିଟକୁ ନିଜ ନିଜ ସୋସିଆଲ ମିଡିଆ ସାଇଟରେ ସେୟାର କରିବା ସହ ତାଙ୍କୁ ସମ୍ମାନ ଜଣାଇଛନ୍ତି । ଅନ୍ୟପଟେ କିନ୍ତୁ ବିଜେପି ନେତାମାନେ ନିଜକୁ ନିଜେ ପ୍ରଶଂସାରେ ପୋତି ପକାଉଛନ୍ତି । ସେମାନଙ୍କ ପାଇଁ ବାତ୍ୟାର ସଫଳ ମୁକାବିଲା ହୋଇପାରିଲା ବୋଲି ଡିଣ୍ଡିମ ପିଟୁଛନ୍ତିା କିନ୍ତୁ ଅସଲ ଚିତ୍ର କଣ ତାହା ତ ସମସ୍ତେ ଜାଣିଛନ୍ତି । ଆଉ ଏହାକୁ ନେଇ ବିଜେଡି ପ୍ରେସମିଟ୍ ଜରିଆରେ ବିଜେପିକୁ ଖୁବ ସମାଲୋଚନା ମଧ୍ୟ କରିଛି ।
You can share this post!
author